କୃଷି ମେଳା ଓ ପ୍ରଦର୍ଶନୀ ଉଦଘାଟିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ସୋହେଲା କୃଷି କାର୍ୟ୍ୟାଳୟ ଠାରେ କୃଷି କାର୍ୟ୍ୟାଳୟ ସୋହେଲା ତରଫରୁ ରାଜ୍ୟ ଯୋଜନା – ୨୦୨୦-୨୦୨୧ କୃଷି ମେଳା ଓ ପ୍ରଦର୍ଶନୀ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୋହେଲା ବ୍ଲକ୍ ଅଧ୍ୟକ୍ଷ ଜିବଦ୍‌ର୍ଦ୍ଧନ ବରିହା, ସମ୍ମାନୀତ ଅତିଥି ଯୁବନେତା ସୁବ୍ରତ ସିଂହ ଓ ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା କାର୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ସହିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧୀ, ଜ଼ିଲ୍ଲା କୃଷି ଅଧିକାରୀ ବୈକୁଣ୍ଠ ଚରଣ ସାହୁ, ଉଦ୍ୟାନ ବିତ୍ତ ବୈଜ୍ଞାନିକ ସନତ କୁମାର ମେହେର, ବ୍ଲକ୍ କୃଷି ଅଧିକାରୀ ଅମିୟ କୁମାର ସାହୁ, ବରିଷ୍ଠ ଚାଷୀ ଗଣତନ୍ତ୍ର ପ୍ରଧାନ ଓ ବରଗଡ଼ ନୋଡାଲ ଅଧିକାରୀ ବିକାଶ ଅଗ୍ରୱାଲ ମଞ୍ଚାସୀନ ରହି ବିଭିନ୍ନ ବିଭାଗର ଚାଷ ବିଷୟରେ ଚାଷୀ ମାନଙ୍କୁ ଅବଗତ କରିଥିଲେ । ଜ଼ିଲ୍ଲାରେ ଥିବା ବିଭିନ୍ନ ଏନଜିଓ ଓ ସରକାରୀ ବିଭାଗ ତରଫରୁ ଷ୍ଟଲ ମାନେ ଲଗାଯାଇଥିଲା । ମହାଶକ୍ତି ଫାଉଣ୍ଡେସନ, ଦେବଦତ୍ତ କ୍ଲବ, ଅହିଂସା କ୍ଲବ, ମସ୍ୟ ବିଭାଗ, ପ୍ରାଣୀସମ୍ପଦ ବିଭାଗ ଓ ଉଦ୍ୟାନ ବିଭାଗର କର୍ମକର୍ତା ତଥା ବିଭିନ୍ନ ଚାଷୀମାନେ ଏହି କାର୍ୟ୍ୟକ୍ରମରେ ଯୋଗଦାନ କରିଥିଲେ । ବର୍ତ୍ତମାନର କୃଷି କାର୍ୟ୍ୟକ୍ରମରେ ଥିବା ବିଭିନ୍ନ ସରକାରୀ ଯୋଜନା ଯଥା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଫାର୍ମ ପଣ୍ଡ, ଶୀତଳ ଭଣ୍ଡାର ଓ କ୍ରପ ଡାଇଭରସିଫିକେସନ ଉପରେ ଶ୍ରୀ ଗାନ୍ଧୀ ଆଲୋଚନା କରିଥିଲେ । କୃଷି ବୈଜ୍ଞାନିକ ଶ୍ରୀ ମେହେର ଅର୍ଗାନିକ ଫାରମିଂ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

Leave A Reply

Your email address will not be published.