centurian jitm

କୃଷକ ଉତ୍ପାଦକ ସଂଘ ବୋର୍ଡ ସଦସ୍ୟଙ୍କ ଜିଲ୍ଲା ସ୍ତରୀୟ କର୍ମଶାଳା

nschool

ଭବାନୀପାଟଣା, (ହେମନ୍ତ ସାହୁ) : କଳାହାଣ୍ଡି କୃଷି ଉତ୍ପାଦର ସହଜ ବଜାରୀକରଣ ବ୍ୟବସ୍ଥା ହେଲେ ଚାଷୀଙ୍କ ଆୟ ଦ୍ଵିଗୁଣିତ ହୋଇପାରିବ । ସମସ୍ତ ବିଭାଗର ସମନ୍ୱୟରେ ଜିଲ୍ଲାରେ ଥିବା କୃଷକ ଉତ୍ପାଦକ ସଂଘ ଗୁଡ଼ିକର ଉତ୍ପାଦକୁ ବଜାରୀକରଣ ବ୍ୟବସ୍ଥା କରାଯିବା ବିଷୟ ଆଜି ଏକ କର୍ମଶାଳା ଅତିଥି ମାନେ ଗୁରୁତ୍ୱ ଦେଇ ଆଲୋଚନା କରିଛନ୍ତି । ସ୍ଥାନୀୟ ସମ୍ପ୍ରସାରଣ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଭାରତ ସରକାରଙ୍କ କେନ୍ଦ୍ରୀୟ ଅଞ୍ଚଳ ଯୋଜନା ଓ ନାବାର୍ଡର ସହାୟତା ତଥା ସ୍ୱେଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ପରିଚାଳନାରେ କୃଷକ ଉତ୍ପାଦକ ସଂଘ ବୋର୍ଡ ସଦସ୍ୟଙ୍କ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ଡି.ଡି.ଏମ୍‌ ନାବାର୍ଡ ଶ୍ରୀ ମଳୟ କୁମାର ମେହେର, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ପ୍ରଶାନ୍ତ ମିଶ୍ର, ଉଦ୍ୟାନ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀ କିଶୋର ମହାଲିଙ୍ଗ, ଓରମାସ୍‌ର ଉପ ନିର୍ଦ୍ଦେଶକ ଶ୍ରୀ ଜର୍ଜ କେରକେଟା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବିମ୍ବାଧର ସାହୁ ପ୍ରମୁଖ ଯୋଗ ଦେଇ କୃଷକ ଉତ୍ପାଦକ ସଂଘ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ଯୋଜନା, ଆର୍ଥିକ ସହାୟତା, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ, ବ୍ୟବସାୟୀକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ମହାଶକ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ପ୍ରକଳ୍ପ ପରିଚାଳକ ଶ୍ରୀ ପରମାନନ୍ଦ ପ୍ରଧାନ ସଦସ୍ୟ ମାନଙ୍କ ଦାୟିତ୍ଵ ଓ ଭୂମିକା ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଜୁନାଗଡ, କର୍ଲାମୁଣ୍ଡା ଓ ଥୁଆମୂଳ ରାମପୁର ବ୍ଲକରୁ ୩୦ ଜଣ ବୋର୍ଡ ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀମତୀ ସରୋଜିନୀ ଶତପଥୀ, ପ୍ରଶାନ୍ତ ମହାରଣା ପ୍ରମୁଖ ସହିଯୋଗ କରିଥିଲେ ।

Leave A Reply

Your email address will not be published.