
ସଇଁନ୍ତଲା, (ଅଜିତ କୁମାର ସାହୁ) : କୋଶଲ ସଂଗ୍ରାମୀଙ୍କୁ ପୋଲିସ ଛାଡ଼ିବା ପରେ ରାସ୍ତାରୋକ ହଟିଥିବା ସୂଚନା ମିଳିଛି । ତେବେ କୋଶଲ ଯୁବ ସମନ୍ୱୟ ସମିତିର ସଭ୍ୟମାନଙ୍କୁ ଛାଡ଼ିବା ଦାବୀରେ କଂଗ୍ରେସ ଓ ବିଜେପି ପକ୍ଷରୁ ରାସ୍ତାରୋକ କରାଯାଇଥିବା ବେଳେ ଏବେ ତାହା ହଟିଥିବା ଜଣାପଡ଼ିଛି । ରାସ୍ତାରୋକ ସ୍ଥଳରେ ଏସ୍ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ପ୍ରତି ଧ୍ୟାନ ଦେଇଥିଲେ ।