୨୯ତମ ଖଙ୍କିରା କପ୍‌ ଆୟୋଜିତ

ଢେଙ୍କାନାଳ, (ତାପସ ଦାସ) : ମାରୁତି ସ୍ପୋଟର୍ସ ଖଙ୍କିରା ତଥା ଅଞ୍ଚଳବାସୀଙ୍କ ସହାୟତା କ୍ରମେ ୨୯ତମ ଖଙ୍କିରା କପ୍‌ କ୍ରିକେଟ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳକୁ ଭୁବନେଶ୍ଵର ଅଂଚଳର ଯୁବ ସମାଜସେବୀ ରାମକୃଷ୍ଣ ଦାସ ଉଦ୍‌ଘାଟନ କରିଥିଲେ । ଗତକାଲିର ପ୍ରଥମ ମ୍ୟାଚ କପାସଟିକିରି (ଯାଜପୁର) ଓ ଚଉଦ୍ଵାର କ୍ରିକେଟ କ୍ଲବ (କଟକ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍ ଜିତି କପାସଟିକିରି ୧୨୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲେ । ଏହାର ଜବାବରେ ଚଉଦ୍ଵାର କ୍ରିକେଟ କ୍ଳବର ନିର୍ଦ୍ଧାରିତ ୧୦ ଓଭରରେ ବିନା ଉଇକେଟରେ ବିଜୟ ଲାଭ କରିଛି । ଦଳପକ୍ଷରୁ ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ ପପୁ ଚାନ୍ଦ । ଆଜିର ଖେଳ ପରିଚାଳନା କରୁଥିଲେ ତପସ ଦାସ ଓ ଧରଣୀଧର ବିଶ୍ଵାଳ ସ୍କୋରର ଭାବରେ ରୁଦ୍ର ନାରାୟଣ ଦାସ ରହିଥିଲେ । ଆଜିର ଖେଳ ସାଲେପୁର (କଟକ) ଓ ସୋଲର(ଯାଜପୁର) ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୁତ୍ରରୁ ପ୍ରକାଶିତ ।

Leave A Reply

Your email address will not be published.