oom

କେଶରୀୟା ହିନ୍ଦୁ ବାହିନୀର ପଦଯାତ୍ରା

jsmm

ଲେ।ଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗୀର ଜିଲ୍ଲା କେଶରୀୟା ହିନ୍ଦୁ ବାହିନୀର ଲେ।ଇସିଂହା ବ୍ଲକ ତରଫରୁ ଲେ।ଇସିଂହା ବାବା ମଠରୁ ଆରମ୍ଭ କରି ଅଗ୍ରସେନ ଭବନ ପର୍ୟ୍ୟନ୍ତ ଏକ ପଦଯାତ୍ରା କରି ସଭାର ଆୟୋଜନ କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ସଭାପତି ତଥା ପ୍ରଦେଶ ମହାମନ୍ତ୍ରୀ ଶ୍ରୀ ସନ୍ତୋଷ ଭୋଳ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀ ଶଙ୍କର୍ଷଣ ଆଚାର୍ୟ୍ୟ, ଜିଲ୍ଲା ପ୍ରବକ୍ତା ଦେବାନନ୍ଦ ନାୟକ, ଜିଲ୍ଲା ମହାସଚିବ ସୁନୀଲ ମିଶ୍ର, ଜିଲ୍ଲା ବୌଦ୍ଧିକ ସଲାହକାର ପ୍ରଦୀପ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ସାଇଶଙ୍କର ସାହୁ, ଲେ।ଇସିଂହା ହନୁମାନ ମନ୍ଦିରର ମହନ୍ତ କବି ମହାରାଜ, ଲେ।ଇସିଂହା ବ୍ଲକ ସଭାପତି ବୀରେନ୍ଦ୍ର ବାରିକ, ଉପସଭାପତି ନେପାଲ ସା, ଓମ୍‌ ପ୍ରକାଶ ସାହୁ, ବ୍ଲକ ପ୍ରଭାରୀ ଶଙ୍କର ଅଗ୍ରୱାଲ, ବ୍ଲକ ବରିଷ୍ଠ ଉପାଧ୍ୟକ୍ଷ ଗୌର ବେହେରା ଆଦି ଯୋଗଦାନ କରିଥିଲେ । ବୈଠକରେ ଲେ।ଇସିଂହା ବ୍ଲକରେ ଆଗାମୀ ଦିନର କାର୍ୟ୍ୟପନ୍ଥା ସମ୍ବନ୍ଧରେ ଆଲୋଚନା କରାଯିବା ସହ ଏହି ବ୍ଲକରେ ହିନ୍ଦୁ ଧର୍ମର ଲୋକଙ୍କୁ ଏକତ୍ରିତ କରିବା ସହ ହିନ୍ଦୁତ୍ୱକୁ ବଜାୟ ରଖିବା, ଧର୍ମାନ୍ତ୍ରୀ କରଣ ଓ ଗୋ-ଚାଲାଣକୁ ରୋକିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୋଷାଧକ୍ଷ ସୁଶୀଲ ସାହୁ, ଜିଲ୍ଲା ସମ୍ପାଦକ ହରେକୃଷ୍ଣ ବେହେରା, ଜିଲ୍ଲା ନଗର ପ୍ରଚାରକ ଚକ୍ରପାଣି ମିଶ୍ର, ଜିଲ୍ଲା ନଗର ସଭାପତି ସନ୍ତୋଷ ସାହୁ, ଦେବରାଜ ନାଗ, ସୁରେଶ କମ୍ପ, ସମୀର ମହାକୁଡ଼, କବିରାଜ ସାହୁ, ଶୈଳେନ୍ଦ୍ର ନାୟକ, ସୌଭାଗ୍ୟ ସ୍ୱାଇଁ, ବୁଲୁ ପରଡିଆ, ପ୍ରଶାନ୍ତ ମିଶ୍ର, ସୁରଜ ବକୁଳ, ଲେ।ଇସିଂହା ବ୍ଲକର ସୀତାରାମ ପ୍ରଧାନ, ରାଜକିଶୋର ସେଠ, ଶରତ ସାହୁ, କେଦାର ଥନାପତି, ସୁମନ୍ତ ବିଶ୍ୱାଳ, ବନମାଳୀ ଛାତ୍ରିଆ, ସଚି ବେହେରା, ବିଶ୍ୱନାଥ ସାହୁ, ପ୍ରକାଶ ବାରିକ, ରାମଗୋପାଳ ବାରିକ ଆଦି ପ୍ରମୁଖ ଉପସ୍ଥିତ ଥିଲେ । ତେବେ ସଭାରେ ଚକ୍ରପାଣି ମିଶ୍ର ଏବଂ ବୀରେନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ ବେଳେ ଲେ।ଇସିଂହା ବ୍ଲକର ସଂଖ୍ୟାଧିକ ମହିଳା ଏବଂ ପୁରୁଷ ଆଜି ସଭାରେ କେଶରୀୟା ହିନ୍ଦୁ ବାହିନୀ ସଂଗଠନରେ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.