କର୍ତ୍ତବ୍ୟ ଫାଉଣ୍ଡେସନ୍‌ ତରଫରୁ ଆନିମଲ୍‌ ରେସ୍କ୍ୟୁ ଭ୍ୟାନ୍‌ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : କର୍ତ୍ତବ୍ୟ ଫାଉଣ୍ଡେସନ୍‌ ତରଫରୁ ବଲାଙ୍ଗିରରେ ପ୍ରଥମ ଥର ପାଇଁ ଆନିମଲ୍‌ ରେସ୍କ୍ୟୁ ଭ୍ୟାନ୍‌ ଆରମ୍ଭ ହୋଇଯାଇଛି । ଆଜି ସକାଳୁ ଗୋଶାଳା ଠାରୁ ଏକ ଶୋଭାଯାତ୍ରାରେ ବାହାରି ମା’ ସମଲେଇ ମନ୍ଦିର ଠାରେ ଆନିମଲ୍‌ ରେସ୍କ୍ୟୁ ଭ୍ୟାନକୁ ପୂଜାର୍ଚ୍ଚନା କରାଯାଇଥିବା ବେଳେ ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ ଫିଟା କାଟି ଆନିମଲ୍‌ ରେସ୍କ୍ୟୁ ଭ୍ୟାନର ଶୁଭାରମ୍ଭ କରିଥିଲେ । ତେବେ ଏହି ଆନିମଲ୍‌ ରେସ୍କ୍ୟୁ ଭ୍ୟାନ୍‌ ଦ୍ୱାରା ଯେ କୌଣସି ଜୀବଜନ୍ତୁ ଦୁର୍ଘଟଣାର ଶିକାର ହୁଅନ୍ତି ସଙ୍ଗେ ସଙ୍ଗେ ଫାଉଣ୍ଡେସନର କର୍ମକର୍ତ୍ତାଗଣ ପହଂଚି ଆହତ ଜୀବଜନ୍ତୁଙ୍କୁ ଉଦ୍ଧାର କରିବେ ।

Leave A Reply

Your email address will not be published.