କଣ୍ଟାବାଞ୍ଜି କଲେଜ ପକ୍ଷରୁ ଲେଖା ଓ ଲେଖକ ଦେଖା କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି କେ.ଭି. କଲେଜର ଛାତ୍ରଛାତ୍ରୀମାନେ ସୋନପୁର ଆସି କବି ଲେଖକମାନଙ୍କୁ ଭେଟିଛନ୍ତି । ସେମାନେ ନାଟ୍ୟକାର ଡ. ପୁରୁଷୋତ୍ତମ ମିଶ୍ର, କବି ଓ ଔପନ୍ୟାସିକା ରଂଜିତା ପଣ୍ଡା ଓ ସସ୍ମିତା ମେହେରଙ୍କୁ ସାକ୍ଷାତ କରି ସେମାନଙ୍କ ସାହିତ୍ୟିକ ଜୀବନ ଓ ଲେଖା ଉପରେ ଆଲୋଚନା କରିଥିଲେ । ପରେ ସେମାନେ ମହାନଦୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ଯୋଗଦେଇ ଅନ୍ୟାନ୍ୟ କବି ଓ ଲେଖକମାନଙ୍କୁ ସାକ୍ଷାତ କରିଥିଲେ । କଣ୍ଟାବାଞ୍ଜି କଲେଜ ସ୍ନାତକୋତ୍ତର ଓଡିଆ ବିଭାଗର ମୁଖ୍ୟ ଡ. ସଞ୍ଜୟ ମିଶ୍ର ଓ କବି ବ୍ରଜ ଶ୍ୟାମ ଗୁରୁଙ୍କ ମାର୍ଗଦର୍ଶନରେ ଛାତ୍ରୀ ବେବି ରଥ ପ୍ରମୁଖ ଏ ଆୟୋଜନରେ ସାମିଲ ହୋଇଥିଲେ । ପିଲାମାନଙ୍କୁ କବି ଓ ଲେଖକମାନଙ୍କ ସହ ପରିଚିତ କରାଇବା ଓ ସୃଜନମନସ୍କ କରାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଡ. ମିଶ୍ର କହିଥିଲେ ।

Leave A Reply

Your email address will not be published.