ସହଯୋଗ ଫାଉଣ୍ଡେସନର ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ନରସିଂହ

  • ସେବା ପରମଧର୍ମ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେବା ପରମଧର୍ମ । ସେବା ଭୋଗୀ ସେବା ପାଇ ଯେତିକି ଆସ୍ୱସ୍ତ ଅନୁଭବ କରେ, ସେବା କରିକି ସେବାକାରୀ ତାଠୁ ଅଧିକ ଆତ୍ମ ତୃପ୍ତି ପାଏ । ବିଭିନ୍ନ ସରକାରୀ ବେସରକାରୀ ବ୍ୟବସ୍ଥା ସତ୍ୱେ ଅନେକେ ଦୁଃଖ ଦରିଦ୍ରତାରେ କାଳାତିପାତ କରୁଛନ୍ତି । ତେଣୁ ନିଜ ସାମର୍ଥ୍ୟ ମୁତାବକ ସମସ୍ତେ ଜନସେବାରେ ଆଗେଇ ଆସନ୍ତୁ ବୋଲି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆଜି ସହଯୋଗ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଅନ୍ନପୂର୍ଣ୍ଣା କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି । ସେ ନିଜସ୍ୱ ବକ୍ତବ୍ୟରେ ଆହୁରି କହିଛନ୍ତି ଯେ, ଗରିବଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଆହାର କାର୍ଯ୍ୟକ୍ରମ ରବିବାର ଦିନ ବନ୍ଦ ରହେ । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଗରିବ ଜନସାଧାରଣ ରବିବାର ଦିନ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏହି ଦିନ ଗରିବଙ୍କୁ ଖାଇବା ଯୋଗାଇ ଦେବା ଭଳି କାର୍ଯ୍ୟକ୍ରମ ଅତି ପ୍ରଶଂସନୀୟ । ଗରିବ ସେବାକୁ ସବୁ ଧର୍ମରେ ମାଧବ ସେବା ବୋଲି କୁହାଯାଇଛି । ଆଶା ଏହି ଅନୁଷ୍ଠାନ ଏଭଳି ସେବାକାର୍ଯ୍ୟ ଜାରି ରଖିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଶ୍ରୀ ମିଶ୍ରଙ୍କୁ ଫାଉଣ୍ଡେସନର କର୍ମକର୍ତ୍ତାମାନେ ପାଛୋଟି ଆଣିଥିଲେ । ଇଂ ଶ୍ରୀ ଜୈନ ସ୍ୱର୍ଗତ ପିତା ହରି ନାରାୟଣ ଜୈନଙ୍କ ପୁନ୍ୟ ତିଥିରେ ଆଜି ଏହି ମହତ କାର୍ଯ୍ୟକ୍ରମର ପୃଷ୍ଟପୋଷକତା କରିଥିଲେ । ଶ୍ରୀ ମିଶ୍ରଙ୍କ ଆଶୀର୍ବଚନ ପରେ ଫାଉଣ୍ଡେସନ ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରେ ଶ୍ରୀ ମିଶ୍ର ସ୍ୱହସ୍ତରେ ଉପସ୍ଥିତ ଜନସାଧାରଣଙ୍କୁ ଦହି ପାଣି ବଣ୍ଟନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଙ୍କ ପ୍ରତିନିଧି ମନୀଷ ମିଶ୍ର, କଂଗ୍ରେସ ସେବାଦଳ ମୁଖ୍ୟ ଅସିତ ମିଶ୍ର ଓ ଜୁଲୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ରେଡକ୍ରସ୍‌ କର୍ମୀ ତଥା ଫାଉଣ୍ଡେସନର ଉପଦେଷ୍ଟା ରାମ ନାରାୟଣ ଦାଶ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.