csstore

ବଙ୍ଗୋମୁଣ୍ଡାରେ ଉତ୍କଳ କରାଟେ ସ୍କୁଲ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ ଆଜି ଉତ୍କଳ କରାଟେ ସ୍କୁଲ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା, ସେନସାଇ ସୁରେଶ ଜାଲ ୟାଦବ, ସେନସାଇ ଜୟଦେବ ସଗରିଆ, ସେନସାଇ ଜୟପାଲ ମେହେର, ସେନସାଇ ଗୋପାଲ ଚନ୍ଦ୍ର ଦୀପ, ସମ୍ପାଇ ରଶ୍ମିକାନ୍ତ ସିନ୍ଦୁର, ମ୍ୟାନେଜର ନେହେରୁ ଲାଲ ପୁଟେଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଝସକେତନ ବେହେରା, ସୁଜିତ କୁମାର ପ୍ରଧାନୀ, କିଶୋର ମନହୀରା, କିଶୋର ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅଂଚଳର ଛାତ୍ରଛାତ୍ରୀମାନେ ଏହି ଉତ୍କଳ କରାଟେ ସ୍କୁଲରେ ଅଧ୍ୟୟନ କରି ଦେଶରେ ନାଁ ରଖିବାକୁ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଆହ୍ୱାନ କରିଥିଲେ ।

jayashree
Leave A Reply

Your email address will not be published.