କପିଲେଶ୍ୱର୍ ପୀଠରେ ହନୁମାନ ଚାଳିଶା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କୁଟାସିଂହା ଗ୍ରାମର କପିଳେଶ୍ୱର ଶିବ ମନ୍ଦିରରେ ହନୁମାନ ଚାଳିଶା ପାଠ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପ୍ରଭୁ ଶ୍ରୀ ହନୁମାନଙ୍କ ଚାଳିଶାକୁ ଶହେ ଆଠଥର ନାମ କୀର୍ତ୍ତନ କରାଯାଇଥିଲା । ପୂଜକ ଭାବରେ ପଣ୍ଡିତ ଶତ୍ରୁଘନ ପୁରୋହିତ ଓ ପ୍ରଦୀପ ପୁରୋହିତ ରହିଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ । ତ୍ୟାଗୀ ଜାନକୀ ଦାସ ଓ ପଞ୍ଚୁ ପୁରୋହିତ, ଗୋପବନ୍ଧୁ ମେହେର ପତ୍ନୀ ତୁଳସୀ ମେହେର କର୍ତ୍ତା ଦାୟିତ୍ୱ ତୁଲେଇ ଥିଲେ । ମନ୍ଦିର ପୂଜକ ସାଧୁରାମ ଦେହେରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମରେ ବହୁ ହନୁମାନ ଭକ୍ତ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ । ପ୍ରକାଶ ଯେ, ହନୁମାନ ଚାଳିଶା କମିଟି ତଥା ଆଖପାଖର ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗତ ତେର ବର୍ଷ ହେଲା ପ୍ରତ୍ୟେକ ମାସର ଗୋଟିଏ ଶନିବାର ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଛି ।

Leave A Reply

Your email address will not be published.