oom

ଜିଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ

jsmm

ସମାଜର ରୀତିନୀତି,ସଂସ୍କୃତି,ପରମ୍ପରାର ସୁରକ୍ଷା ପାଇଁ ନେଲେ ସଂକଳ୍ପ
ବଙ୍ଗୋମୁଣ୍ଡା ,୦୯ା୦୮-ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତର କୋକଡୁଙ୍ଗୁରୀଠାରେ ଜିଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି ।ଜିଲା କନ୍ଧ ସମାଜ ଯୁବ ସଂଗଠନ ର ସଭାପତି ସୁରେଶ ଭୋଇ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧ ସମାଜ ବୁଡୁକା ପ୍ରଗଣାର ଉପଦେଷ୍ଟା ସତ୍ୟନାରାୟଣ ଭୋଇ,ସମ୍ମାନିତ ଅତିଥି ଭାବେ ଜିଲା କନ୍ଧ ସମାଜ ଯୁବ ସଂଗଠନର ଉପସଭାପତି ଧନେଶ୍ୱର ମାଝୀ, ଜିଲା ସଂଯୋଜକ ଦୈତାରୀ ଭୋଇ, ମୁଖ୍ୟ ବକ୍ତା ଭାବେ ସଂଗଠନର ଜିଲା ସଂପାଦକ ଡିଙ୍ଗର ଭୋଇ ପ୍ରମୁଖ ଯୋଗଦେଇଥିଲେ । ବୀର ବୀର୍ସାମୁଣ୍ଡାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ ପୂଜାର୍ଚ୍ଚନା ପରେ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । କନ୍ଧ ଜାତିର ରୀତିନୀତି, ଭାଷା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଜୋଟଘାଟ ବିବାହ ବନ୍ଦାପଣା ଆଦିର ସୁରକ୍ଷା ସହ ଯୁବ ସଂଗଠନକୁ ମଜବୁତ କରି ଆଦିବାସୀ ଙ୍କ ର ମୌଳିକ ଅଧିକାର,ସାମ୍ବିଧାନିକ ଅଧିକାର ହାସଲ ପାଇଁ ଲଢେଇ କରିବା ପାଇଁ ଅତିଥି ଗଣ ଆହ୍ୱାନ ଦେଇଥିଲେ । ପରେ କନ୍ଧ ଜାତିର ସାଂଗଠନିକ ତଥା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଟିଟିଲାଗଡ ବ୍ଲକର ଉମାକାନ୍ତ ଭୋଇଙ୍କୁ ବୀର୍ସାମୁଣ୍ଡା ସ୍ମୃତି ସମ୍ମାନ, ତୁରେକେଲା ବ୍ଲକର ଜୟ ଗୋପାଳ ଭୋଇଙ୍କୁ ଯୁବ ପ୍ରତିଭା ସମ୍ମାନ, ବଙ୍ଗୋମୁଣ୍ଡା ବ୍ଲକର ତୁଲସି ରାମ ଭୋଇଙ୍କୁ ଯୁବ ଗୌରବ ସମ୍ମାନ, ମୁରିବାହାଲ ବ୍ଲକର ଗୋପାଳ ସିଂ ଭୋଇଙ୍କୁ ଆଦର୍ଶ ଚିତ୍ରଶିଲ୍ପୀ ସମ୍ମାନ, ସଇଁନ୍ତଳା ବ୍ଲକର ଖୁସିରାମ ଜାନୀଙ୍କୁ ରେଣ୍ଡୋ ମାଝୀ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇଥିଲା । ଜିଲା ସଂଗଠନର କୋଷାଧ୍ୟକ୍ଷ ଡମ୍ବରୁଧର କୁଅଁର କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ସମାଜର ରୀତିନୀତି, ସଂସ୍କୃତି, ପରମ୍ପରାର ସୁରକ୍ଷା ପାଇଁ ନେଲେ ଯୁବ ବର୍ଗ ସଂକଲ୍ପ ନେଇଥିଲେ । ବଙ୍ଗୋମୁଣ୍ଡା ବ୍ଲକ ସଭାପତି ବ୍ରଜ ଭୋଇ, ସଂପାଦକ କୁଲଦୀପ ମାଝୀ, ସାଂସ୍କୃତିକ ସଂପାଦକ ଧନୁର୍ୟ୍ୟ ଛତ୍ରିଆ, ସେନ୍ୟାସୀ ଭୋଇ, ନନ୍ଦ ଭୋଇ, କେଶବ ଭୋଇ, କୁଞ୍ଜ ଭୋଇ, ତୁରେକେଲା ବ୍ଲକ ସଂଯୋଜକ ସୌମିତ୍ରୀ ଭୋଇ, ରତ୍ନା ଭୋଇ, ମୁରିବାହାଲ ବ୍ଲକ ସଭାପତି ଦୁସିମଣି ପ୍ରଧାନୀ, ସଂପାଦକ ସଂକିର୍ତ୍ତନ ଶିକା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.