jayashree

ଦେବଙ୍ଗ ଗ୍ରାମର ୩୬ତମ ମାଣବସା ଲକ୍ଷ୍ମୀପୂଜା ପାଇଁ ମହିଳାଙ୍କ ଦ୍ୱାରା ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗ୍ରାମ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ୩୬ତମ ମାଣବସା ଲକ୍ଷ୍ମୀପୁଜାର ଶୁଭାରମ୍ଭ ହୋଇଯାଇଛି । ଆଜି ସନ୍ଧ୍ୟା ୫ଟାରେ ଗ୍ରାମର ଶତାଧିକ ମହିଳାମାନଙ୍କ ଦ୍ଵାରା ଗ୍ରାମର ପୋଖରୀରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଗୁରୁବାର ମାଁଙ୍କ ପୂଜା ମହାସମାରୋହରେ ପାଳନ ହେବା ପାଇଁ ସ୍ଥିରୀକୃତ ହୋଇଯାଇଛି । ପୂଜାକର୍ତ୍ତା ରୂପେ ଦୀନବନ୍ଧୁ ଭୋଇ ଓ ତାଙ୍କ ଧର୍ମପତ୍ନୀ ଜୟନ୍ତୀ ଭୋଇ ଓ ପୂଜକ ରୂପେ ଚମାର ଦାସ ଦାୟିତ୍ୱ ନିର୍ବାହ କରୁଛନ୍ତି । ଏହି ପୂଜା ୫ଦିନ ଯାଏଁ ଚାଲିବ ବୋଲି କମିଟି ସଭାପତି ରାଜେନ୍ଦ୍ର ଭୋଇ ସୂଚନା ଦେଇଛନ୍ତି । ପୂଜାରେ କମିଟି ସମ୍ପାଦକ ବସନ୍ତ ଭୋଇ, ଉପେଦେଷ୍ଟା କମିଟି ସୁରେଶ ନେଓରା, ଅକ୍ଷୟ ଭୋଇ, ମୋହନ ନେଓରା, କୃପାସିନ୍ଧୁ ଭୋଇ, ଈଶ୍ୱର ଭୋଇ କମିଟି ସଦସ୍ୟ ସିରାଜ ମହମ୍ମଦ, ରମେଶ ନେଓରା, ରାଜେଶ ନେଓରା, ଲୁକେଶ୍ୱର ଭୋଇ, ଦିବ୍ୟସିଂ ଭୋଇ, ଭାଗିରଥି ସାହାଡ଼ା, ଚୂଡ଼ାମଣି ଭୋଇ, ଦାଶରଥି ସାହାଡ଼ା, ଆଶିଷ ନେଓରା, ମଜନୁ ଭୋଇ, ଜଗବନ୍ଧୁ ଭୋଇ, ହରେକୃଷ୍ଣ ଭୋଇ, ଗୁପ୍ତେଶ୍ୱର ଭୋଇ, ମୁରଲୀ ନାଗ ପ୍ରମୁଖ ସହଯୋଗ କରୁଛନ୍ତି । ପ୍ରତ୍ୟହ ପୁରାଣ ପଠନ, ସଙ୍କୀର୍ତ୍ତନ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୁଚନା ଦିଆଯାଇଛି ।

Leave A Reply

Your email address will not be published.