କୁଡ଼ାସିଂହାରେ ଦୁର୍ଗାପୂଜାର କଳସ ଯାତ୍ରା ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ସାର୍ବଜନୀନ ଦୁର୍ଗାପୂଜା ପାଇଁ ଆଜି କଳସ ଯାତ୍ରା, ବିଲ୍ଵାଧିବାସ ସହ ମହାଆଡମ୍ବରରେ ୩୪ତମ ଶାରଦୀୟ ଦୁର୍ଗାପୂଜା ଶୁଭାରମ୍ଭ ହୋଇଯାଇଛି । ଚଳିତବର୍ଷ କୁବେର ସାହୁ ଏବଂ ଧର୍ମପତ୍ନୀ ଦୁଲଣା ସାହୁ କର୍ତ୍ତା ଭାବେ ରହିଥିବା ବେଳେ ପୂଜକ ଭାବେ ରଘୁ ପାଣିଗ୍ରାହୀ ଏବଂ ପ୍ରଦ୍ୟୁମ୍ନ ନାୟକ ପୂଜାର୍ଚ୍ଚନା ଦାୟିତ୍ଵ ନେଉଛନ୍ତି । ଏହି ଅବସରରେ ପ୍ରତ୍ୟେହ ସଂଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମର ହେବାକୁ ଥିବା ନେଇ ସଭାପତି ବିରଞ୍ଚି ପଧାନ, ସମ୍ପାଦକ ମନୋରଞ୍ଜନ ଝାଙ୍କର ପ୍ରକାଶ କରିଛନ୍ତି । ଚଳିତ ବର୍ଷ ପୂଜା ପରିଚାଳନା କମିଟିରେ ରବୀନ୍ଦ୍ର ସାହୁ, ଶିଶୁପାଳ ସାହୁ, ରାଧେଶ୍ୟାମ ପଥାଲ, ବିଜୟ ସାହୁ, ପ୍ରକାଶ ସାହୁ, ହରେକୃଷ୍ଣ ସାହୁ, ଗଙ୍ଗାଧର ସାହୁ, ଡ଼ଃ. ଲଳିତ ସାହୁ, ସରୋଜ ସାହୁ, ସଞ୍ଜୟ ମାଝୀ ପ୍ରମୁଖ ରହିଛନ୍ତି ।

Leave A Reply

Your email address will not be published.