csstore

ଶ୍ରୀ ଶ୍ରୀ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ମହଖଣ୍ଡ ଗାଁରେ ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ମଙ୍ଗଳବାର କଳସ ଯାତ୍ରା ଆୟୋଜିତ ହୋଇଯାଇଛି । ଶତାଧିକ ମହିଳା କଳସ ଯାତ୍ରାରେ ସାମିଲ ହୋଇଥିଲେ, ଘଣ୍ଟ, ଘଣ୍ଟା ଖୋଳ ତାଳ ରେ କୀର୍ତ୍ତନ କରି ମଣ୍ଡପରେ କଳସ ସ୍ଥାପନ କରାଯାଇଥିଲା, ସମୁଦାୟ ୧୧ଟି ବିଭିନ୍ନ ଜିଲ୍ଲାରୁ ସଙ୍କୀର୍ତ୍ତନ ଦଳ ଆସିବାର ସୂଚନା ରହିଛି, ସେଥି ମଧ୍ୟରେ ରାଧାକୃଷ୍ଣ ବାଳିକା କୀର୍ତ୍ତନ ଦଳ ନବରଙ୍ଗପୁର ସୁଶ୍ରୀ ଲଳିତା ସାହୁଙ୍କଦଳ ବେଶ୍ ଆକର୍ଷଣ ରହିଛି । ଯଜ୍ଞ କର୍ତ୍ତା ଭାବରେ ଅଲେଖ ବାରିକ, ସୁନା ବାରିକ ରହିଥିବା ବେଳେ କର୍ମକର୍ତ୍ତ। ମହେନ୍ଦ୍ର ବାରିକ, ଦୁଃଖିଶ୍ୟମ ବାରିକ, ଲୋଚନ ପୁଟେଲ୍, ହରିଶ୍ଚନ୍ଦ୍ର ବାରିକ, ଭୀମସେନ ବାରିକ, ରଞ୍ଜନ ଧରୁଆ, ପୂର୍ଣ୍ଣଚନ୍ଦ୍ର ବାରିକ, କଳକାହ୍ନୁ ବାରିକ, ପିତାମ୍ବର ବାରିକ ତୁଳସାଗର ବାରିକ, ସପ୍ନେଶ୍ୱର ବାରିକ ପ୍ରମୁଖ କାର୍ଯ୍ୟ ତୁଲାଥିଲେ ।

jayashree
Leave A Reply

Your email address will not be published.