ସକଟେଶ୍ଵର ଶୈବପୀଠରେ ୨୪ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ହୁମ୍ମା ପଞ୍ଚାୟତ ଅନ୍ତର୍ଗତ ଗଡ଼ ହୁମ୍ମା ସ୍ଥିତ ସକଟେଶ୍ଵର ଶୈବପୀଠରେ ୨୪ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ନୂତନ ବସ୍ତ୍ର ପରିଧାନ ପୂର୍ବକ ଗଞ୍ଜାମ ସହର ସନ୍ନିକଟ ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ କଳସରେ ଜଳ ଧାରଣ କରି ବିରାଟ ପାଟୁଆରରେ ଯଜ୍ଞ ମଣ୍ଡପ ଅଭିମୁଖେ ଯାତ୍ରା କରିଥିଲେ । ଭାଗବତ ବାଚସ୍ପତି ଜ୍ୟୋତିଷରତ୍ନ ପଣ୍ଡିତ ତୁମ୍ବନାଥ ତ୍ରିପାଠୀଙ୍କ ପୌରୋହିତ୍ୟରେ ବିଶ୍ୱ ମଙ୍ଗଳ ନିମନ୍ତେ ଗ୍ରାମବାସୀ ଆୟୋଜିତ ଏହି ଯଜ୍ଞ କରୁଛନ୍ତି । ଶନିବାର ଅଙ୍କୁରା ରୋପଣ କର୍ମ ଆରମ୍ଭ, ଶାଳା ସଂସ୍କାର, ଅଗ୍ନି ସଂସ୍କାର, ଗୀତା ହୃତି ଓ ନାମଯଜ୍ଞ ଶୁଭାରମ୍ଭ ହୋଇଛି । ଏହାକୁ ନେଇ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଯଜ୍ଞ ସ୍ଥଳରେ ପ୍ରବଳ ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଛି । ଆସନ୍ତା ବୁଧବାର ଯଜ୍ଞ ଉଦ୍‌ଯାପିତ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.