om academy

ନିଷାନ୍ ସାହିତ୍ୟ ସଂସଦର ଏକାଦଶ ଅଠାରି କବିତା ଆସର ଅନୁଷ୍ଠିତ

jsm

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଏକାଦଶ ଅଠାରି କବିତା ଆସର ନିଷାନ୍‌ର ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜୁଲାଇ ୨୩ ତାରିଖ ରବିବାର ଅପରାହ୍ନ ୫ ଘଟିକା ସମୟରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଂଚାଳନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଉଦୀୟମାନ ଯୁବ କଣ୍ଠଶିଳ୍ପୀ ଖଗେଶ୍ୱର ବାଗ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ଉକ୍ତ ଆଭାସି କବିତା ଆସରରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଯୁକ୍ତ ତିନି ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା କବୟିତ୍ରୀ ଆର୍. ପୁଷ୍ପାଞ୍ଜଳି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷା ସାହିତ୍ୟର ଅଗ୍ରଗତି ଦିଗରେ ଫେସବୁକ୍ କଳାପଟା ନିଷାନ୍‌ର ନିରନ୍ତର ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଯୁବକବି ତଥା ଗାଳ୍ପିକ, ଅନୁବାଦକ ଶ୍ରୀପାଳ ପଣ୍ଡା ଯୋଗଦେଇ କବିତା ଓ କ୍ଷୁଦ୍ରଗଳ୍ପ ଶୁଣାଇ ଶ୍ରୋତାଙ୍କୁ ବାନ୍ଧି ରଖି ପାରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବକବି କୃଷ୍ଣେନ୍ଦୁ ହୋତା ମିମିକ୍ରି କରିବା ସହ କବିତା ଓ ଗୀତ ଗାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ନିଷାନ୍‌ର ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ର, ଗୋପୀକୃଷ୍ଣ ପାଣ୍ଡିଆ, ତରଣୀସେନ ମେହେର, ବନବାସ ମେହେର, କମଳେନ୍ଦୁ ହୋତା, ପ୍ରସନ୍ନ ହୋତା, ପ୍ରଦ୍ୟୁତ ହୋତା, ସତ୍ୟ ଭୂଷଣ ସାହୁ, ରାଜୀବ କୁମାର ପଟେଲ, ନିତ୍ୟାନନ୍ଦ ଷଡ଼ଙ୍ଗୀ, ଭକ୍ତବନ୍ଧୁ ସାହୁ, ପ୍ରହଲ୍ଲାଦ ଦଣ୍ଡସେନା, ସତ୍ୟ ନାରାୟଣ ମିଶ୍ର ତଥା କବୟିତ୍ରୀ ସାବିତ୍ରୀ ସାହୁ, ତୃପ୍ତିମୟୀ ତ୍ରିପାଠୀ, ପ୍ରୀତିମୟୀ ସାହୁ ଓ ସାଈଶିଖା ସତପଥୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କବିତା ଆସର ଶେଷରେ ନିଷାନର କୋଷାଧ୍ୟକ୍ଷ କବି ଦେବେନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.