om academy

ସମୁଦ୍ରକୂଳ ରାସ୍ତାକଡ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

jsm

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ସମୁଦ୍ରକୂଳ ରାସ୍ତାକଡରେ ଥିବା ଏକ ଗଛରେ ଜନୈକ ଯୁବକଙ୍କ ମୃତଦେହ ଶନିବାର ସକାଳେ ପୋଲିସ ଉଦ୍ଧାର କରିଛି । ଘଟଣାରୁ ପ୍ରକାଶ ଯେ, ଜଗତସିଂହପୁର ଜିଲ୍ଲା ଢିଅସାହି ଅଂଚଳର ଇନ୍ଦ୍ରଜିତ ଗୋଛାୟତ(୩୨) ପାରାଦୀପ ନିକଟସ୍ଥ ଷଣ୍ଡକୁଦ ବସ୍ତିରେ ପରିବାର ସହିତ ରହୁଥିଲେ । ସେ ଡ୍ରାଇଭର ଭାବେ କାମ କରୁଥିଲେ । ଶନିବାର ଦିନ ସକାଳେ ପାରାଦୀପ ସମୁଦ୍ରକୂଳ ରାସ୍ତାକଡରେ ଏକ ଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପାରାଦୀପ ପୋଲିସ ଓ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିଥିଲେ । ପାରିବାରିକ ଅଶାନ୍ତିରୁ ଇନ୍ଦ୍ରଜିତ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଶବ ଜବତ କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ ପଠାଇଛି ।

Leave A Reply

Your email address will not be published.