csstore

ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆଁପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅମରାମୁଣ୍ଡା ଗ୍ରାମର ଶ୍ୟାମସୁନ୍ଦର ସାହୁଙ୍କ ପୁତ୍ର ସହଦେବ ସାହୁ(୧୯) କୌଣସି ଏକ କାରଣକୁ ନେଇ ପାଣ୍ଡେସରା ପତରା ଡୁଙ୍ଗୁରି ଠାରେ ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଆଗଲପୁର ପୋଲିସ ସୂତ୍ରରୁ ଜଣାପଡିଛି । ଖବର ପାଇ ଆଗଲପୁର ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ବଲାଙ୍ଗିର ପଠାଇଛନ୍ତି । ତଦନ୍ତ ଜାରି ରହିଛି ବୋଲି ଫାଣ୍ଡି ଅଧିକାରୀ ଦେବାର୍ଚ୍ଚନ ମିର୍ଦ୍ଧା କହିଛନ୍ତି ।

jayashree
Leave A Reply

Your email address will not be published.