ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖ ୨ ଦିନ ଧରି ହେବାକୁ ଯାଉଥିବା ପତିତପାବନ ଏକାଡେମୀର ହୀରକ ଜୟନ୍ତୀ ଅବସରରେ ଆଜି ବିଭିନ୍ନ୍ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପି.ପି ଏକାଡେମୀର ପ୍ରଧାନ ଶିକ୍ଷକ ସିନୁ ସୂନ୍ଦର ପାଢୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୧୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ବିଚାରକ ଭାବେ ପୂରାତନ ଛାତ୍ର ଶଶୀଶେଖର ପଣ୍ଡା, ସଂଜୀବ ବାବୁ, ସସ୍ମିତା ରାଣୀ ମିଶ୍ର ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କ ନାମ ଘୋଷଣା କରିଥିଲେ । ଯୋଗାସନ ବାଳକ ବିଭାଗରେ ପତିତପାବନ ଏକାଡେମୀର ରାହୁଲ ସୁନା ପ୍ରଥମ, ପୃଥ୍ୱୀରାଜ ହାଇସ୍କୁଲର ମିଲନ ପୁଟେଲ ଦ୍ଵିତୀୟ ଓ ପତିତପାବନ ଏକାଡେମୀର ଜନାର୍ଦ୍ଦନ ସେଠ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବାଳିକା ବିଭାଗରେ ଚିକଲବାହାଲ ହାଇସ୍କୁଲର ଚିନ୍ମୟୀ ପ୍ରଧାନ ପ୍ରଥମ, ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ତପସ୍ଵିନୀ ନାଏକ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷୟିତ୍ରୀ ଅଂଶୁପା ଭୋଇ, ଖୁସବୁ ବେଗମ୍ ଓ ଅନ୍ୟମାନେ ସହଯୋଗ କରିଥିଲେ । ସ୍କୁଲର ପୂରାତନ ଛାତ୍ର ହେମନ୍ତ ପଣ୍ଡା, ମହେନ୍ଦ୍ର ଦର୍ଜି, ଅମିୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।