ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୂର୍ଯ୍ୟମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ

କୋଣାର୍କ : ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ ହୋଇଛି । ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ବିନା ଟିକେଟରେ ସୂର୍ୟ୍ୟମନ୍ଦିର ବୁଲି ପାରିବେ ବୋଲି ସଂରକ୍ଷଣ ଅଧିକାରୀ ନୀରଜ ସିଂ ସୂଚନା ଦେଇଛନ୍ତି । ସୂର୍ଯ୍ୟମନ୍ଦିର ପରିସରରେ ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଛନ୍ତି ।

ସୂର୍ଯ୍ୟମନ୍ଦିର ପରିସରରେ ସକାଳ ୭ଟାରୁ ୪୫ ମିନିଟ ପର୍ଯ୍ୟନ୍ତ ସମୂହ ଯୋଗ ପ୍ରଦର୍ଶନ ଆରମ୍ଭ ହୋଇଛି । ଏଥିରେ ପ୍ରାୟ ୨ହଜାରରୁ ଅଧିକ ରେଳ କର୍ମଚାରୀ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇ ସୂର୍ୟ୍ୟ ନମସ୍କାର ଓ ବିଭିନ୍ନ ଯୋଗ ପ୍ରଦର୍ଶନ କରିଛନ୍ତି ।

Leave A Reply

Your email address will not be published.