‘ତୋ ନାଁରେ ମୋ ନାଁକୁ ଦେଇଛି ଯୋଡି’ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ତ୍ରିନାଥ ବାଟିକା ଆନୁକୂଲ୍ୟରେ ତ୍ରିନାଥ ନାଟ୍ୟ ପରିଷଦ ତରଫରୁ ‘ତୋ ନାଁରେ ମୋ ନାଁକୁ ଦେଇଛି ଯୋଡି’ ମଞ୍ଚସ୍ଥ ହୋଇଯାଇଛି । ଏହି ନାଟକକୁ ଗଣେଶ ରାଉତ ରଚନା କରିଥିବାବେଳେ ନିର୍ଦ୍ଦେଶନା ଦେଇଥିଲେ ଅରୁଣ ପଟ୍ଟନାୟକ । ସହନିର୍ଦ୍ଦଶନା ସମ୍ବିତ ଶେଖର ସ୍ବାଇଁ ଓ ନୃତ୍ୟ ନିର୍ଦ୍ଦେଶନା ପୂଜା ସେନାପତି ଦେଇଥିଲେ । କାର୍ୟ୍ୟକ୍ରମକୁ ଯାତ୍ରା ନିର୍ଦ୍ଦେଶକ ତଥା କବି ଅଭିରାମ ପ୍ରଧାନ ମଂଚ ସଂଯୋଜନା କରିଥିବା ବେଳେ ଏହି କାର୍ୟ୍ୟକ୍ରମରେ ଅଗ୍ନିସେବା ବାହିନୀର ବରିଷ୍ଠ ଅଧିକାରୀ କମଳ କୁମାର ଗୌଡ ମୁଖ୍ୟଅତିଥି ଭାବେ ଯୋଗଦେଇ ନାଟକକୁ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଓ ଅନ୍ୟତମ ନାଟ୍ୟାନୁଷ୍ଠାନ ଆଖଣ୍ଡଳମଣି କଳା ପରିଷଦ ତରଫରୁ ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ପଟ୍ଟନାୟକ ନାଟକ କିପରି ଲୋକାଭିମୁଖି ହେବ ସେ ସଂପର୍କରେ ମତରଖିବା ସହ ଦିବଙ୍ଗତ ସେନାଧିକାରୀ ବିପିନ ରାୱତଙ୍କ ଉଦ୍ଦେଶ୍ୟରେ ନାଟକକୁ ସମର୍ପିତ କରିଥିଲେ । ତ୍ରିନାଥ ନାଟ୍ୟ ପରିଷଦର ସଭାପତି ଯୋଗେନ୍ଦ୍ର ବେଉରା ଓରଫ ଜୋକନ ଓ ପ୍ରଯୋଜକ ସନ୍ତୋଷ ନାୟକଙ୍କ ସହ ମନ୍ଦିର କମିଟି ତଥା ଉପଦେଷ୍ଟା ପ୍ରମୋଦ ରାଉତରାୟ, ବଂଶୀଧର ମହାପାତ୍ର, ଜୟନ୍ତ ରାଉତ, କୁସୁମ ନାୟକ, ସତ୍ୟ ସାମନ୍ତରାୟ, ଅଜୟ ପରିଡା, ସୁଶାନ୍ତ ଦାଶ, ବାପି, ଯଶୋବନ୍ତ ମହାନ୍ତି ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଆଖପାଖ ଅଞ୍ଚଳର ବହୁ ଦର୍ଶକ ଏହି ନାଟକକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.