ଜାତି ଜନ ଗଣନା ଦାବୀରେ ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ରାଷ୍ପ୍ରପତିଙ୍କୁ ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ବଲାଙ୍ଗିରଙ୍କ ମାଧ୍ୟମରେ ଓବିସି ଜାତି ଜନ ଗଣନା କରିବା ଉଦ୍ଦେଶ୍ୟରେ ଭାରତର ମହାମହିମ ରାଷ୍ଟ୍ରପତି ଓ ମାନ୍ୟବର ଓଡିଶା ରାଜ୍ୟପାଳଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀପତ୍ର ପ୍ରଦାନ କରାଯାଇଛି । ଦେଶର ବାଘ, ଭାଲୁ, କୁମ୍ଭୀର, କଇଁଚ ଆଦି ଗଣନା ହେଉଛି । କିନ୍ତୁ ଦୁଃଖର କଥା ଓବିସି ଜନ ଗଣନା ହେଉନାହିଁ । ଓବିସି ଜନ ଗଣନା ନ ହେବାରୁ ଓବିସି ବର୍ଗର ଲୋକେ ସେମାନଙ୍କର ସାମ୍ବାଧାନିକ ଅଧିକାର ପାଇବାରୁ ବଂଚିତ ହେଉଛନ୍ତି । ଏଣୁ ୨୦୨୧ ଜନଗଣନା ବର୍ଷରେ ହେବାକୁ ଥିବା ଜନ ଗଣନାରେ ଓବିସି ତଥା ଅନ୍ୟାନ୍ୟ ଜାତିମାନଙ୍କର ଜନଗଣନା କରାଯାଉ । ଏହି ଅବସରରେ ସଭାପତି ଅସୀମ କୁମାର ଭୋଇ, ଉପ-ସଭାପତି ସୁଧିର ପ୍ରଧାନ, ସହ-ସଂପାଦକ କସ୍ତୁଭ ସାହୁ, ସଦସ୍ୟ ଦୈତାରି ସାହୁ, ପ୍ରେମ କିଶୋର ସାହୁ, ରିବ୍ୟା ପ୍ରଧାନ, ରୋଶନ ପ୍ରଧାନ, ସ୍ୱରଭ ପ୍ରଧାନ, ପ୍ରଦେଶି ବିଶ୍ୱାଲ, ଧ୍ୱଜ ସାହୁ, ଅମିତ ପଧାନ, ଅମିତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.