
ପାରାଦୀପ : ଡ୍ରାଇଭରଙ୍କୁ ଚାପି ଦେଲା ଟ୍ରକ । ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଦୁର୍ଘଟଣା । ଏକ ବ୍ରେକ୍ ଡାଉନ୍ ହାଇୱାକୁ କାମ କରୁଥିବା ବେଳେ ଚାପି ଦେଲା ଆଇରନ ବୋଝେଇ ଟ୍ରକ । ବନ୍ଦରର ସ-୧୦ ସମ୍ମୁଖରେ ଘଟିଛି ଦୁର୍ଘଟଣା । ହାଇୱା ଗାଡ଼ି ଖରାପ ହେବାରୁ ଦୁଇଜଣ ଡ୍ରାଇଭର ଗାଡ଼ିର କେବିନ୍ ଭିତରେ ପଶି କାମ କରୁଥିଲେ । ଏହି ସମୟରେ ଏକ ଆଇରନ ବୋଝେଇ ଟ୍ରକ୍ ଦୃତ ଗତିରେ ଆସି ହାଇୱାକୁ ଧକ୍କା ଦେଇଥିଲା । ଫଳରେ କେବିନ୍ ଭିତରେ ହାଇୱାଡ୍ରାଇଭର ଦୁଇଜଣ ଚାପି ହୋଇଯାଇଥିଲେ । ଅନ୍ୟ ଡ୍ରାଇଭରମାନେ ତାଙ୍କୁ ସେଠାରୁ ବାହାର କରି ସଙ୍ଗେ ସଙ୍ଗେ ଅଠରବାଙ୍କି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କହିଥିଲେ । ମୃତ ଦୁଇ ଡ୍ରାଇଭର ହେଲେ ରତ୍ନାକର ବାଇଁ ଓ ଚନ୍ଦନ ଜେନା । ଧକ୍କା ଦେଇଥିବା ଆଇରନ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏହି ଘଟଣାକୁ ନେଇ ବନ୍ଦର ନିଷିଦ୍ଧାଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।