ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ଫଳ ପ୍ରକାଶ ପାଇଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଆଇଆଇଟି ନୂଆନିଲ୍ଳୀ ଦ୍ୱାରା ଘୋଷଣା ହୋଇଛି ଜେଇଇ ଆଡଭାନ୍ସଡ୍‌ର ପରୀକ୍ଷାଫଳ । ଶିବାଶିଷ ରାଉତ କମନ୍‌ ରେଙ୍କ୍‌ ଲିଷ୍ଟ୍‌ (ସିରିଏଲ)ରେ ୭୩ ନମ୍ବରରେ ସାରା ଓଡିଶାରେ ଟପ୍‌ପର୍‌ ରହିଛନ୍ତି । ସାରା ଭାରତରେ ଦେଖିବାକୁ ଗଲେ ବମ୍ବେର ଚିରାଗ ଫାଲୋର୍‌ କମନ୍‌ ରେଙ୍କ୍‌ ଲିଷ୍ଟ୍‌ (ସିରିଏଲ) ୧ନମ୍ବରରେ ରହିଛନ୍ତି । ଚିରାଗ ୩୯୬ ମାର୍କରୁ ୩୫୨ ମାର୍କ ହାସଲ କରିଥିବା ସୂଚନା ମିଳିଛି । ଝିଅମାନଙ୍କ ମଧ୍ୟରେ ଆଇଆଇଟି ଜୋନ୍‌ ରୁର୍କିର କନିଷ୍କା ମିତ୍ତଲ କମନ୍‌ ରେଙ୍କ୍‌ ଲିଷ୍ଟ୍‌ (ସିରିଏଲ) ୧୭ ନମ୍ବର ରଖି ଶୀର୍ଷରେ ରହିଛନ୍ତି । କନିଷ୍କା ୩୯୬ ମଧ୍ୟରୁ ୩୧୫ ନମ୍ବର ହାସଲ୍‌ କରିଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍‌ରିଆଲ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନ୍ଦନ ଜଣାଇଛନ୍ତି । ଏହି ପରୀକ୍ଷାରେ ପ୍ରାୟ ୧.୫ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କର ମଧ୍ୟରୁ ୪୩୨୦୪ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ପରୀକ୍ଷାର୍ଥୀମାନେ ୱେବ୍‌ ସାଇଟ୍‌ jeeadv.ac.inରେ ଅନ୍‌ଲାଇନ୍‌ରେ ସେମାନଙ୍କର ପରୀକ୍ଷା ଫଳ ଯାଂଚ କରିପାରିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.