ଜିଲ୍ଲାସ୍ତରୀୟ ଡଃ ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାସ୍ତରୀୟ ବାବା ସାହେବ ଡଃ ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ସକାଳୁ କଚେରି ପରିସର ସ୍ଥିତ ଡଃ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ରେନବୋ ପବ୍ଲିକ ସ୍କୁଲ ପରିସରରେ ଆୟୋଜିତ ଜୟନ୍ତୀ ଉତ୍ସବରେ ବକ୍ତା ଭାବେ ଶୋଭା ରାମ ତାଣ୍ଡି ଯୋଗଦେଇ ସମାଜ ସୁଧାର ଦିଗରେ ଡଃ ଭୀମ ରାଓ ଆମ୍ବେଦକରଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ଡଃ ଭୀମ ରାଓ ଆମ୍ବେଦକର ସମ୍ବିଧାନ ପ୍ରଣୟନ ସହିତ କିପରି ପ୍ରତ୍ୟେକ ମଣିଷ ସୁଖ ସ୍ୱଚ୍ଛନ୍ଦରେ ଉଚିତ୍ ନ୍ୟାୟିକ ଅଧିକାର ପାଇଁ ପରିବ ସେଥି ପ୍ରତି ଦୃଷ୍ଟି ଦେଇ ଥିଲେ । ସଭାରେ ସ୍କୁଲର ଅଧ୍ୟକ୍ଷ ହିମାଂଶୁ ଶେଖର ମେହେର ସଭାପତିତ୍ୱ କରିଥିବା ବେଳେ ସଭାକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରମେଶ ମହାନନ୍ଦ, ବିଭୁ ଦତ୍ତ ବାରିକ, ଗୋପାଳ ଦାସ, ଅଧ୍ୟାପକ ଲକ୍ଷ୍ମୀ ବନ୍ତ ସାହୁ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଡଃ ଭୀମ ରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରି ଅତିଥି ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ଆୟୋଜିତ ବକୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ଶ୍ରେୟାପ୍ସ ସିଂ ମହାପାତ୍ର ପ୍ରଥମ, ଅନ୍ୱେଷା ପଣ୍ଡା ୨ୟ ଏବଂ ଅକ୍ସିତା ଷଡ଼ଙ୍ଗୀ ୩ର ସ୍ଥାନ ଅଧିକାର କରି ପୁର ସଂସ୍କୃତ ହୋଇଥିଲେ । ସେହିପରି ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତାରେ ଅର୍ପିତା ଦାଶ ପ୍ରଥମ, ଦେବଞ୍ଜନୀ ଗିରି ୨ୟ ଓ ଲିପିକା ଦାଶ ୩ୟ ସ୍ଥାନ ଅଧିକାର କରି ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ । ସଭା ପରିଚାଳନାରେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.