csstore

ବଲାଙ୍ଗିର ଜୟ କିଷାନ ଆନ୍ଦୋଳନ ପକ୍ଷରୁ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଚେରୀ ସାମ୍ନାରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ମୟ ସମିତି ବଲାଙ୍ଗିର ଜୟ କିଷାନ ଆନ୍ଦୋଳନ ତଥା କୃଷକ ସେନା ପକ୍ଷରୁ ‘ଭାରତ ବନ୍ଦ’କୁ ସମର୍ଥନ ଜଣାଇ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି । କେନ୍ଦ୍ରର କୃଷି ନୀତି-୨୦୨୦ ଅନୁମୋଦନପ୍ରାପ୍ତ ତିନୋଟି ବିଲ୍‌ ବିରୋଧରେ ଓ ବଲାଙ୍ଗିର ଜିଲ୍ଲାର କୃଷକ ପ୍ରତି ବୀମାରାଶି ଏବଂ ଇନ୍‌ପୁଟ୍‌ ସବ୍‌ସିଡ଼ି ମିଳୁ ନଥିବା ନେଇ ପ୍ରତିବାଦ ଜଣାଇ ଆବାହକ ମଣ୍ଡଳୀ ସଦସ୍ୟ ସତ୍ୟ ବନଛୋର, ସିପୁନ ଖମାରୀ, ସୌରୀ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ବିଶ୍ଵାଳ ସହିତ ପରଦେଶୀ ବିଶ୍ଵାଳ, ଟଙ୍କଧର ବିଶ୍ଵାଳ, ଜଗନ୍ନାଥ ମହାରଣା, ପ୍ରଭାତ ମିଶ୍ର, ଅନନ୍ତ ବିଶ୍ୱାଳ ପ୍ରମୁଖ ଧାରଣାରେ ବସିଛନ୍‌ନ୍ତି ।

jayashree
Leave A Reply

Your email address will not be published.