ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇଲେ ୨ ଜଣ ସମାଜସେବୀ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇଲେ ୨ ସମାଜସେବୀ । ସୂଚନା ଅନୁସାରେ ରତାଖଣ୍ଡି ନିକଟ ମଠଖାଇ ଜଙ୍ଗଲରେ ନିଆଁ ଲାଗିଥିବା ଦେଖି ବଲାଙ୍ଗିରର ଦୁଇ ଜଣ ସମାଜସେବୀ କାହ୍ନା ଶତପଥୀ ଏବଂ ରଘୁନାଥ ନାୟକ ସ୍ଥାନୀୟ ରେଞ୍ଜରଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ । କିନ୍ତୁ ଜଙ୍ଗଲ ବିଭାଗ ନିଆଁ ଲିଭାଇବା ପାଇଁ କାହାକୁ ନ ପଠାଇବାରୁ ସମାଜସେବୀ ଦ୍ବୟ ଅକ୍ଲାନ୍ତ ପରିଶ୍ରମ କରି ପାଖାପାଖି ୩ ଏକଡ଼ ବିସ୍ତୃତ ନିଆଁକୁ ସମ୍ପୂର୍ଣ୍ଣ ଲିଭାଇବାରେ ସଫଳ ହୋଇଥିଲେ ଏବଂ ଜଙ୍ଗଲ ଓ ସେଠାରେ ଥିବା ପଶୁପକ୍ଷୀଙ୍କୁ ଅକାଳ ମୃତ୍ୟୁରୁ ବଞ୍ଚାଇଥିଲେ । ଏହି ମହାନ୍‌ କାର୍ୟ୍ୟ ପାଇଁ ସମାଜସେବୀ ‌ଦ୍ୱୟ‌ଙ୍କୁ ବୁ‌ଦ୍ଧିଜୀବୀମାନେ ସାଧୁବାଦ ଜଣାଇଛ‌ନ୍ତି ।

Leave A Reply

Your email address will not be published.