ସାଲେଭଟାରୁ ବିଦେଶୀ ମଦ ଜବତ : ଜଣେ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ସାଲେଭଟାସ୍ଥିତ ଏକ ତେଜରାତି ଦୋକାନରୁ ବିଭିନ୍ନ ବ୍ରାଣ୍ଡର ଭର୍ତ୍ତି ହୋଇଥିବା ୮୭ଟି ବିଦେଶୀ ମଦ ବୋତଲ ପୋଲିସ ଜବତ କରିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଦୋକାନ ମାଲିକ ସୁଶାନ୍ତ ମହାକୁରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ସୂଚନା ମତେ, ସାଲେଭଟାର ଧୋବା ମହାକୁରଙ୍କ ପୁଅ ସୁଶାନ୍ତ ନିଜ କିରାନା ଦୋକାନରେ ବିଦେଶୀ ମଦ ବିକ୍ରି କରୁଥିବା ନେଇ ଲୋଇସିଂହା ପୋଲିସ ଖବର ପାଇଥିଲା । ପୋଲିସ ଦୋକାନରେ ଚଢ଼ାଉ କରି ପ୍ରାୟ ୪୨ ଲିଟରରୁ ଅଧିକ ମଦ ସମେତ ଏକ ଫ୍ରିଜ୍ ଜବତ କରିଥିବା ଜଣାଯାଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଯାଜ୍ଞସେନୀ ନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.