ପାରାଦୀପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଗ୍ୟାରେଜ

ପାରାଦୀପ : ଜଳିଗଲା ଗ୍ୟାରେଜ ସହ ଦୋକାନ । ପାରାଦୀପରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ । ବୁଧବାର ବିଳମ୍ବିତ ରାତିରେ ପାରାଦୀପ ସହରର ଦୋଛକି ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ଗ୍ୟାରେଜରେ ଥିବା ପୋଡା ମୋବିଲ ତେଲରେ ନିଆଁ ଲାଗିଯାଇଥିଲା । ନିଆଁ ଏତେ ଶୀଘ୍ର ବ୍ୟାପିଗଲା ଯେ ଆୟତ୍ତ କରିବା କଷ୍ଟକର ହୋଇପଡିଲା । ସେଠାରେ ଥିବା ବ୍ୟବସାୟୀ ମାନେ କୁଜଙ୍ଗ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ନିଆଁଲିଭା ଗାଡି ଆସିବାକୁ ବିଳମ୍ବ ହୋଇଥିଲା । ଫଳରେ ନିଆଁ ନିକଟରେ ଥିବା ଦୋକାନ ଘର ଓ କ୍ୟାବିନକୁ ବ୍ୟାପିଯାଇଥିଲା । ୩ଟି ଦୋକାନ ସଂପୂର୍ଣ୍ଣ ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ ହୋଇଯାଇଛି । ନିଆଁ ଲିଭାଉଥିବାବେଳେ ଜଣେ ବ୍ୟବସାୟୀ ସାମାନ୍ୟ ଆହତ ହୋଇଛନ୍ତି । ସବୁ ସରିଗଲା ବେଳକୁ ଅଗ୍ନିଶମ ଗାଡି ଆସି ପହଞ୍ଚି ନିଆଁ ଲିଭାଇଥିଲା । ତେବେ ଗ୍ୟାରେଜରେ ନିଆଁ କେମିତି ଲାଗିଲା କାରଣ ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.