om academy

ଭିଜିଲାନ୍ସ ଜାଲରେ ରେଭେନ୍ୟୁ ସୁପରଭାଇଜର

jsm

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ତହସିଲରେ କାର୍ଯ୍ୟରତ ରେଭେନ୍ୟୁ ସୁପରଭାଇଜର ଅକ୍ଷୟ କୁମାର ନାୟକ ଭିଜିଲାନ୍ସ ଜାଲରେ ପଡିଛନ୍ତି । ତେବେ ଆର୍‌.ଏସ୍‌ ଅକ୍ଷୟ ନାୟକ କୋମନା ବ୍ଲକ ଅନ୍ତର୍ଗତ ଜଣେ ହିତାଧିକାରୀଙ୍କଠାରୁ ନଗଦ ୧୫ ହଜାର ଟଙ୍କା ଉଦ୍ୟାନବନ୍ଧ ଏସ୍‌.ବି.ଆଇ ବ୍ୟାଙ୍କ ସାମ୍ନାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେହି ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା କରାଇଦେବା ପାଇଁ ଆର୍‌.ଏସ୍‌ ଅକ୍ଷୟ ନାୟକ ନଗଦ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି । ତେବେ ଲାଞ୍ଚ ନେଉଥିବାର ଖବର ପାଇ କୋରାପୁଟ ଭିଜିଲାନ୍ସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଆର୍‌.ଏସ୍‌ ଅକ୍ଷୟ ନାୟକଙ୍କୁ ସୋମ‌ବାର ବାର ସନ୍ଧ୍ୟା ୭ ସମୟରେ ଚଢ଼ାଉ କରି ପ୍ରମାଣ ସହିତ ଗିରଫ କରିଛି । ଏହା ସହିତ ଭିଜିଲାନ୍ସ ଟିମ ଅକ୍ଷୟ ନାୟକଙ୍କ ପୈତୃକ ବାସଭବନ, ସରକାରୀ ବାସଭବନରେ ମଧ୍ୟ ଚଢ଼ାଉ କରି ସମସ୍ତ ତଥ୍ୟ ଓ ସମ୍ପତ୍ତି ଆକଳନ କରୁଛି । ଯାହାକି ଭିଜିଲାନ୍ସ ତଦନ୍ତ ପ୍ରକ୍ରିୟାର ଅନୁର୍ଭୁକ୍ତ ରହିଛି । କୋରାପୁଟ ଭିଜିଲାନ୍ସ ପୋଲିସ ଷ୍ଟେସନରେ ନମ୍ବର ୫/୨୦୨୪ କେସ୍‌ରେ ଧାରା ୭/୨୦୧୮ରେ ଗିରଫ କରି ତଦନ୍ତ କରୁଛି । କୋରାପୁଟର ଭିଜିଲାନ୍ସ ଟିମ ପ୍ରମୁଖ ଚଢ଼ାଉ ସମୟରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.