ଲଗାଣ ବର୍ଷାରେ ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିର ଜଳମଗ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ସହରର ପାଟଣେଶ୍ୱରୀ ମନ୍ଦିର ଜଳମଗ୍ନ ହୋଇ ଯାଇଥିବା ଦେଖିବାକୁ ମିଳିଛି । ମନ୍ଦିର ବାହାରୁ ବର୍ଷା ପାଣି ମନ୍ଦିରର ଗମ୍ଭୀରା ଗୃହ ଭିତରକୁ ପଶୁଥିବା ବେଳେ ଛାତ ଉପରୁ ମଧ୍ୟ ପାଣି ଗଳୁଥିବା କହିଛନ୍ତି ମନ୍ଦିର ପୂଜକ ମଳୟ କୁମାର ଦିଶ୍ରୀ । ଏଭଳି ସ୍ଥିତିରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦେବୋତ୍ତର ବିଭାଗ ପକ୍ଷରୁ ତୁରନ୍ତ ମନ୍ଦିରର ଛାତ ମରାମତି କରାଯିବାକୁ ତଥା ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.