centurian jitm

ସର୍ବନିମ୍ନ ସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳ ଭଣ୍ଡାର

nschool
  • ୧୨.୮୮୫ପ୍ରତିଶତରେ ଜଳ ଭଣ୍ଡାର

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ଚାଷୀ ମୁଖ୍ୟତଃ ଇନ୍ଦ୍ରାବତୀ ଜଳ ସେଚନ ଉପରେ ନିର୍ଭର କରୁଥିବା ବେଳେ ଜଳ ଭଣ୍ଡାରର ବର୍ତ୍ତମାନର ସ୍ଥିତାବସ୍ଥା ଅନେକ ଚାଷୀଙ୍କ ପାଇଁ ଆଶଙ୍କା ବଢାଇ ସାରିଲାଣି । ଚଳିତ ଖରିଫ ବର୍ଷରେ ରବି ଚାଷ ପାଇଁ ୫୩, ୩୭୪ହେକ୍ଟର ଜମିରେ ଜଳ ସେଚନ ଧାର୍ଯ୍ୟ କରାଯାଇ ମେଗା ଲିଫ୍ଟ କେନାଲକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ଜାନୁଆରୀ ୭ ତାରିଖରୁ ରବି ଜଳ ସେଚନ ଆରମ୍ଭ କରାଯାଇଥିଲା । ଇତି ମଧ୍ୟରେ ଜଳ ସେଚନର ୧୨୦ ଦିନ ଅତିକ୍ରାନ୍ତ କରିସାରି ଥିବା ବେଳେ ଜଳ ଭଣ୍ଡାରର ଜଳ ପତ୍ତନ ଦୃତ ଭାବରେ କମିବାରେ ଲାଗିଛି । ଏପରିକି ସର୍ବନିମ୍ନ ସ୍ତରକୁ ଖସି ଜଳ ପତ୍ତନ ୬୨୮ ମିଟରକୁ ଛୁଇଁ ୧୨. ୮୮୫ ପ୍ରତିଶତରେ ପହଞ୍ଚି ସାରିଥିବା ଜଣାପଡ଼ିଛି । ଏପରି ସ୍ଥିତିରେ ୬୨୭.୫ ମିଟରକୁ ଜଳସ୍ତର ପହଞ୍ଚିବା ପରେ ଓ ଏଚ୍‌ପିସି କତ୍‌ର୍ତ୍ତୃପକ୍ଷ ବିଦ୍ୟୁତ୍ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇ ପାରେ ବୋଲି ଚେତାବନୀ ଦେଇ ସାରିଲେଣି । ସୂଚନାରୁ ପ୍ରକାଶ ଯେ, ଇନ୍ଦ୍ରାବତୀର ମୋଟ ଜଳଧାରଣ କ୍ଷମତା ୬୪୨ ମିଟର ଅର୍ଥାତ୍ ୧,୪୮, ୫୫୦ ହେକ୍ଟର ମିଟର ରହିଥିବା ବେଳେ ଚଳିତ ବର୍ଷର ବର୍ଷାରେ ଗତବର୍ଷ ତୁଳନାରେ ଦୁଇ ମିଟର ତଳେ ରହିଥିଲା । ଚାଷ ସମୟରେ ଜିଲ୍ଲା କୃଷି ବିଭାଗ ଚାଷୀ ଓ ବିହନ ବ୍ୟବହାରକୁ ନଜର ଅନ୍ଦାଜ କରିଆସୁଥିବା ବେଳେ ଚାଷୀ ୧୩୦ରୁ ୧୫୦ ଦିନିଆ ଚାଷ କରୁଥିବାରୁ ସନ୍ତୁଳନ ପ୍ରତି ଜିଲ୍ଲାରେ ଅଙ୍କୁଶ ରହୁ ନଥିବା ଆଲୋଚନା ହେଉଛି । ଏବେ ଅନେକ କ୍ଷେତରେ ଚାଷ ଗର୍ଭଣା ଅବସ୍ଥାରେ ରହିଥିବା ଜଣା ପଡୁଛି । ଜିଲ୍ଲାରେ ସମ୍ପୂର୍ଣ୍ଣ ଅମଳ ପାଇଁ ଆହୁରି ଏକମାସ ସମୟ ଲାଗିପାରେ ବୋଲି ଆକଳନ କରିବା ସହିତ ଚାଷକୁ ସୁରକ୍ଷିତ ଦେଖିବା କ୍ଷେତ୍ରରେ ଆଶଙ୍କା ବଢାଇ ସାରିଲେଣି । ସ୍ଥିତାବସ୍ଥାକୁ ନଜରରେ ରଖି ଆଉ ପାଞ୍ଚଦିନ ଅବାଧ ଜଳ ସେଚନ ହୋଇପାରେ ବୋଲି କର୍ତ୍ତୃପକ୍ଷ ମଧ୍ୟ ଆଲୋଚନା କଲେଣି । ଜଳ ପତ୍ତନ ୬୨୭.୫ରୁ ବିଦ୍ୟୁତ୍ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ରହିଥିବା ବେଳେ କଳାହାଣ୍ଡିର ଅବଶିଷ୍ଟ ଚାଷକୁ ସୁରକ୍ଷିତ ରଖିବା ପାଇଁ ଆଶୁ ପଦକ୍ଷେପ ନେବା ସହିତ ଜରୁରୀକାଳୀନ ବାଏପାସ ସିଷ୍ଟମକୁ ଉପଯୋଗ କରିବା ସହିତ ଚାଷକୁ ଅନ୍ତିମ ପର୍ୟ୍ୟାୟରେ ପହଞ୍ଚାଇବା ପାଇଁ ଦାବି ହେଉଛି ।

Leave A Reply

Your email address will not be published.