oum

କଟକ କଲେଜ ଛକରେ ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ଅଭିଯାନ

jsm

କଟକ : କଟକ କଲେଜଛକରେ ଦୋକାନ ତଥା ବସ୍ତି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ବିଶେଷତଃ କଲେଜ ଛକ ସି.ଡି.ଏ ମାର୍କେଟ କମ୍ପ୍ଲେକ୍ସ ଠାରୁ ମାଲଗୋଦାମ ଥାନା ପର୍ୟ୍ୟନ୍ତ ମହାନଗର ନିଗର ଏବଂ ଏନ୍ଫୋର୍ସମେଣ୍ଟ ସ୍କୱାଡରର ମିଳିତ ଚଢ଼ାଉରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଆଜି ସକାଳୁ ସେଠାରେ ଏନ୍ଫୋର୍ସମେଣ୍ଟ ଟିମ ଏବଂ ୨ ଫ୍ଲାଟୁନ ଫୋର୍ସ ମୁତୟନ ରହି ଉଠା ଦୋକାନକୁ ଉଚ୍ଛେଦ କରିଥିଲେ । ସେପଟେ ଉଠାଦୋକାନୀଙ୍କ ଥଇଥାନ ନେଇ ମହାନଗର ନିଗମ ପକ୍ଷରୁ କୁହାଯାଇଛି ଯେ ସହରରେ ଭେଣ୍ଡିଂ ଜୋନ୍‌ କାର୍ଯ୍ୟ ଚାଲୁ ରହିଛି । ତେଣୁ କାମ ସରିଗଲାପରେ ଖୁବଶୀଘ୍ର ଉଠାଦୋକାନୀଙ୍କୁ ଥଇଥାନ କରାଯିବା ନେଇ ପ୍ରତିଶୃତି ଦିଆଯାଇଛି ।

Leave A Reply

Your email address will not be published.