ହମ୍ ନିଶାଦର ୨୬ତମ ‘ଶାମ୍‌ ଇ ରଫି’ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : କିମ୍ବଦନ୍ତୀ ଗାୟକ ମହମ୍ମଦ ରଫିଙ୍କୁ ସମ୍ମାନ ଜଣାଇ ତାଙ୍କ ଉଦ୍ଦେଶ୍ୟରେ ସଂଗୀତ ଅନୁଷ୍ଠାନ ହମ୍ ନିଶାଦ ତରଫରୁ ୨୬ତମ ସ୍ୱତନ୍ତ୍ର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ହମ୍ ନିଶାଦର ନିର୍ଦ୍ଦେଶକ ଡଃ ସଂଚିତା ଚୌଧୁରୀ ଓ ପ୍ରତିଷ୍ଠାତା ସଭ୍ୟ ଏମ୍‌ଡି କାଶିମଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସ୍‌ପିର ଭାରପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ ଅତନୁ ଭୌମିକ ମୁଖ୍ୟଅତିଥି ଓ ଆରଏସ୍‌ପିର ସମସ୍ତ ନିର୍ବାହୀ ନିର୍ଦ୍ଦେଶକ ତଥା ଦୀପିକା ମହିଳା ସଂହତିର ସଭାପତି ସୋମା ଭୌମିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ସ୍ୱର୍ଗତ ରଫିଙ୍କର ସୁମଧୁର ସଂଗୀତକୁ ଡଃ ଚୌଧୁରୀ, ଏମ୍‌ଡି କାଶିମ, ଅନୁଷ୍ଠାନର ସର୍ବଶ୍ରୀ ଉଦୀପ୍ତ ଠାକୁର, ସ୍ୱିୟେସ ସାହ, ଶଙ୍କର ବାସୁଦେବନ, ଏମ୍‌ଡି ଆୟନ, ଅର୍ଣ୍ଣବ ଶଙ୍କର, ଐଶ୍ଚର୍ଯ୍ୟା ବିଶ୍ୱାସ ତଥା ଅତିଥି କଳାକାର ଭାବେ ରାଞ୍ଚିର ଦୀପକ ଶ୍ରେଷ୍ଠା ଏବଂ ସୁଜାତା କୁମାରୀ ପ୍ରମୁଖ ସଂଗୀତ ପରିବେଷଣ କରି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସହରର ସଂଗୀତ ପ୍ରେମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.