ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ନିକଟସ୍ଥ ଭବାନୀପୁର ଗାଁରେ ହାତୀ ଆକ୍ରମଣ ଫଳରେ ଜଣେ ବୃଦ୍ଧଙ୍କ ଜୀବନ ଚାଲିଯାଇଥିବା ଖବର ମିଳିଛି । ମୃତକ ଜଣଙ୍କ ସେହି ଗାଁ ନୀଳମଣି ସେଣ ବୋଲି ଜଣାପଡିଛି । ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଭବାନୀପୁର ଗାଁର ନୀଳମଣି ସେଣ ଘର ବାହାରେ ଶୋଇଥିବା ବେଳେ ଏକ ଗୋଠଛଡ଼ା ଦନ୍ତା ତାଙ୍କ ଉପରକୁ ଆକ୍ରମଣ କରିଥିଲା । ଫଳରେ ନୀଳମଣି ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଟାଙ୍ଗୀ ବନ ବିଭାଗର ରେଞ୍ଜର ରବୀନ୍ଦ୍ର ନାଥ ପଣ୍ଡା ସୂଚନା ଦେଇଛନ୍ତି । ଅନ୍ୟପଟେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଟାଙ୍ଗୀ ନରମାନବୀ ଜଙ୍ଗଲରେ ଏକ ଗୋଠଛଡା ଦନ୍ତା ଏବେ ବି ଉପଦ୍ରବ କରୁଥିବା ବନ ବିଭାଗ କହିଛି ।