ମହୁମାଛି ଆକ୍ରମଣରେ ୩ ଗୁରୁତର : ଅନେକ ଆହତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କଲ୍ୟାଣସିଂହପୁର ବ୍ଲକରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ସମୟରେ ଅଘଟଣ । ମହୁମାଛି ଆକ୍ରମଣରେ ୩ ଗୁରୁତର ଅନେକ ଆହାତ । କାର୍ଯ୍ୟକ୍ରମ ଚାଲିଥିବା ବେଳେ ନିକଟରେ ଥିବା ଶିମିଳି ଗଛରେ ବସା ବାନ୍ଧି ଥିବା ମହୁମାଛି କୌଣସି କାରଣରୁ ବାହାରି ସଭାସ୍ଥଳରେ ବସିଥିବା ଲୋକଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ କଲ୍ୟାଣସିଂହପୁର ପଶୁ ଚିକିତ୍ସକ ବିଚିତ୍ରା ନନ୍ଦ ସାହୁ, ଛାଞ୍ଚଡ଼ାଗୁଡା ଗ୍ରାମର ମୁନିଙ୍ଗ କାଳୁ ଗୋପାଳ, ଦୁଲେଣିଗୁଡା ଗ୍ରାମର କଞ୍ଜାକା ରାଜ ଗୁରୁତ୍ୱ ହୋଇଥିବା ବେଳେ ତ୍ରିନାଥ କୌଶଲ୍ୟା, ବିର୍ସୁ ହିକକାଙ୍କ ସମେତ ବହୁ ଲୋକ ଆହତ ହୋଇଥିବା ଦେଖିବାକୁ ମିଳିଛି । ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ତରଫରୁ ପାଣି ସ୍ପ୍ରେକରି ମହୁମାଛିକୁ ଘଉଡ଼ାଯାଇଥିଲା । ଘଟଣାସ୍ଥଳରୁ ଆହତ ଲୋକଙ୍କୁ ଉଦ୍ଧାର କରି ଅଗ୍ନିଶମ ବିଭାଗ ଗାଡ଼ିରେ ଆଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କାର୍ଯ୍ୟରତ ଡାକ୍ତର ଚିନ୍ମୟ ଲିମା ପ୍ରାଥମିକ ଚିକିତ୍ସା କରିବା ପରେ ୨ ଜଣ ପଶୁ ଚିକିତ୍ସକ ବିଚିତ୍ରାନନ୍ଦ ସାହୁ ଓ ମୁନିଙ୍ଗକାଳୁ ଗୋପାଳଙ୍କୁ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇ ଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.