ଗୀତା ମିଶ୍ରଙ୍କ ତତ୍ତ୍ଵାବଧାନରେ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଚନ୍ଦ୍ରହାସିନୀରେ ବଣଭୋଜି

ବରଗଡ, (ନିରୋଜ କୁମାର ପାଣୀ) : ସମଲାଇପଦର ସ୍ଥିତ ପାର୍ବତୀ ଗିରି ବୃଦ୍ଧାଶ୍ରମର ଅନ୍ତେବାସୀମାନଙ୍କ ପାଇଁ ବରଗଡ଼ର ସମାଜସେବୀ ଗୀତା ମିଶ୍ର ବଣଭୋଜିର ଆୟୋଜନ କରି ଆମୋଦିତ କରାଇଛନ୍ତି । ଅନ୍ତେବାସୀ ବୃଦ୍ଧ ବୃଦ୍ଧାଙ୍କ ସହିତ ସେବକ ସେବିକା ଗଣ ଛତିଶଗଡ ରାଜ୍ୟ ଚନ୍ଦରପୁରଠାରେ ବଣଭୋଜି ସାଙ୍ଗକୁ ମାଁ ଚନ୍ଦ୍ରହାସିନୀ ପୀଠ ଦର୍ଶନ କରିଥିଲେ । ସେମାନଙ୍କ ପାଇଁ ବସ୍ ଓ ସମସ୍ତ ବ୍ୟବସ୍ଥା ଗୀତା ମିଶ୍ର କରି ସାଙ୍ଗରେ ନେଇ ପ୍ରତିବର୍ଷ ବିଭିନ୍ନ ପ୍ରସିଦ୍ଧ ସ୍ଥାନ ଦର୍ଶନ କରାଇଥାନ୍ତି । ଆଶ୍ରମ ଜୀବନର ନିରୋଳାପଣକୁ ଦୂରେଇ ସେମାନଙ୍କ ମଧ୍ୟରେ ଆନନ୍ଦ ଦେଇପାରିଲେ ସ୍ଵାସ୍ଥ୍ୟ ଓ ମନ ପ୍ରଫୁଲ୍ଲ ରହିବ । ଏହି ଉଦ୍ୟମରେ ସେମାନଙ୍କ ପାଇଁ ପ୍ରତିବର୍ଷ ବଣ ଭୋଜିର ଆୟୋଜନ କରନ୍ତି ବୋଲି ଗୀତା ମିଶ୍ର କହନ୍ତି । ଚନ୍ଦ୍ରହାସିନୀ ପୀଠର କାରୁକାର୍ଯ୍ୟ ସାଙ୍ଗକୁ ପ୍ରାକୃତିକ ପରିବେଶର ସୌନ୍ଦର୍ଯ୍ୟ ଦେଖି ଅନ୍ତେବାସୀଗଣ ବିମୋହିତ ହୋଇଥିଲେ । ସନ୍ଧ୍ୟାରେ ସମସ୍ତେ ଆଶ୍ରମକୁ ସୁରକ୍ଷିତ ଫେରିଥିଲେ । ଆଶ୍ରମର ମୁଖ୍ୟ ପରିଚାଳକ ଜଳନ୍ଧର ପଟେଲ ସସ୍ତ୍ରିକ ତଥା ସହଯୋଗୀମାନଙ୍କ ସହ ଅନ୍ତେବାସୀଙ୍କ ଦାୟିତ୍ୱ ନେଇଥିଲେ । ମମତା ମିଶ୍ର, କନକ ପ୍ରଧାନ, ଯଶୋଦା ମିଶ୍ର, ମୀନା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.