ଘସିଏନ ହତ୍ୟା ଘଟଣାର ଆସାମୀ ଜଙ୍ଗଲରୁ ଗିରଫ

ପାଟଣାଗଡ଼, (ଅଶୋକ କୁମାର ବାଗ) : ଘସିଏନ ହତ୍ୟା ଘଟଣାର ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଗତ ୩୦ ତାରିଖ ଘସିଏନରେ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲା ପଞ୍ଚି ମାଝୀ । ଘଟଣା ଘଟିବା ପରେ ଅଜୁ ତାଣ୍ଡିଙ୍କ ମୃତ୍ୟ ହୋଇଥିବା ବେଳେ ଉଜଲ ତାଣ୍ଡି ଗୁରୁତର ହୋଇ ବଲାଙ୍ଗିରରେ ଚିକିତ୍ସିତ ହେଉଥିଲେ । ଘଟଣାକୁ ପାଟଣାଗଡ ଏସ୍‌ଡିପିଓ ସଦାନନ୍ଦ ପୁଝାରୀ ଗୁରୁତ୍ୱ ଦେଇ ତଦନ୍ତ କରିଥିଲେ । ଆସାମୀ ପଞ୍ଚି ମାଝୀ ଫେରାର ଥିବା ବେଳେ ଆଜି ଆସାମୀକୁ ଧରିବାରେ ସଫଳ ହୋଇଛି ପାଟଣାଗଡ ପୋଲିସ । ଆସାମୀକୁ ଗିରଫ କରି ଆଜି ପାଟଣାଗଡ କୋର୍ଟ ଚାଲାଣ କରାଯାଇଥିବାବେଳେ ହତ୍ୟାରେ ବ୍ୟବହୃତ ଅସ୍ତ୍ର ସହ ଆସାମୀ ପଞ୍ଚିଙ୍କୁ ଦହିତା ଜଙ୍ଗଲରୁ ଗିରଫ କରାଯାଇଛି ବୋଲି ଏସଡିପିଓ ଶ୍ରୀ ପୂଝାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.