oom

ମନ୍ତ୍ରୀ ହେବା ପରେ ନିଜ ଜିଲ୍ଲାକୁ ପ୍ରଥମ ଥର ପାଇଁ ଗସ୍ତ କଲେ ରାଜେନ୍ଦ୍ର ଢୋଲକିଆ

jsmm

ନୂଆପଡା, (ନିରାକାର ମେହେର) : ଅନେକ ବର୍ଷ ପରେ ନୂଆପଡା ଜିଲ୍ଲାକୁ ମନ୍ତ୍ରୀପଦ ମିଳିଥିବାରୁ ନୂଆପଡା ଜିଲ୍ଲାରେ ଚାରିଆଡେ ଖୁସିର ଲହରୀ ଖେଳି ଯାଇଛି । ତିନି ଥର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ମିଳିଛି ଯୋଜନା ଓ ସଂଯୋଜନା ବିଭାଗ ସହ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପଦ । ମନ୍ତ୍ରୀ ହେବା ପରେ ଆଜି ପ୍ରଥମ ଥର ପାଇଁ ଶ୍ରୀ ଢୋଲକିଆ ନୂଆପଡା ଗସ୍ତ କରିଛନ୍ତି । ଖରିଆରରୁ ଖରିଆରରୋଡ ଯାଏଁ ଦଳୀୟ କର୍ମୀ ତଥା ନୂଆପଡାବାସୀ ରୋଡ ଶୋ’ରେ ବାହାରିଥିବା ଶ୍ରୀ ଢୋଲକିଆଙ୍କୁ ବିଭିନ୍ନ ସ୍ଥାନରେ ଯଥା ଖରିଆର, କୋମନା, ଉଦ୍ୟାନବନ୍ଧ, ତରବୋଡ଼, ନୂଆପଡା, ଖରିଆରରୋଡ ଇତ୍ୟାଦି ସ୍ଥାନରେ ମନ୍ତ୍ରୀଙ୍କୁ ପୁଷ୍ପମାଲ୍ୟ ଦେଇ ପାଛୋଟି ନେବା ସହ ବାଇକ ରେଲି କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ଆଗରୁ ସେ ଏମ୍‌ଏଲ୍‌ଏ ଥିବା ବେଳେ ନୂଆପଡା ଜିଲ୍ଲାରେ ଯେଉଁ ଭଳି ଭାବରେ ସେ କାମ କରୁଥିଲେ ମନ୍ତ୍ରୀ ହୋଇ ସେଭଳି ନୂଆପଡା ଜିଲ୍ଲା ସହ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାର ଉନ୍ନତି ପାଇଁ ସର୍ବଦା ଚେଷ୍ଟିତ ରହିବେ ବୋଲି ନୂଆପଡାବାସୀ ଆଶା କରିଛନ୍ତି ।

jittmm
Leave A Reply

Your email address will not be published.