ବିପୁଳ ପରିମାଣର ଗଞ୍ଜେଇ ଜବତ

ଲମତାପୁଟ : କୋରାପୁଟ ଜିଲ୍ଲା ଟିକାପୁଟ ଗାଁ ନିକଟରୁ ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଚ୍ଛିତ ରଖିଥିବା ବେଳେ ଲମତାପୁଟ ପୋଲିସ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ୍‌ଡିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ ଏବଂ ଲମତାପୁଟ ପୋଲିସ ଟିକାପୁଟ ଗାଁ ନିକଟରେ ଚଢାଉ କରିଥିଲେ । ପୋଲିସ ପହଞ୍ଚିବା ଦେଖି ଅନ୍ଧାରର ସୁଯୋଗ ନେଇ ଫେରାର ହୋଇଯାଇଥିଲେ ମାଫିଆ । ତେବେ ଗଚ୍ଛିତ ଥିବା ୮ଟି ବସ୍ତାରେ ପ୍ରାୟ ୨କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଗଞ୍ଜେଇ ବାହାର ରାଜ୍ୟକୁ ଚୋରାରେ ଚାଲାଣ ପାଇଁ ରଖାଯାଇଥିଲା । ସ୍ଥାନୀୟ ଯୁବକମାନେ ଏହି ଚୋରା କାରବାରରେ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି । ତେବେ ଅଭିଯୁକ୍ତମାନଙ୍କ ନାମ ଗୋପନ ରଖିଛି ପୋଲିସ । ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରିବାକୁ ପୋଲିସ ଉଦ୍ୟମ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.