jayashree

ଅବକାରୀ ବିଭାଗ ଦ୍ୱାରା ୪ କେଜି ଗଂଜେଇ ଜବତ : ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅବକାରୀ ରେଂଜ ଅଧୀନସ୍ଥ ସିନ୍ଧେକେଲା ଥାନା ସାଲେମୁଡୁଗା ଗାଁରେ ୪ କେ.ଜି. ୫୦୦ଗ୍ରାମ ଗଂଜେଇ ଶୁକ୍ରବାର ଦିନ ଜବତ କରି ଅଭିଯୁକ୍ତ କାର୍ତିକ ସୁନାକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଂଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି । କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ମିଳିଥିବା ସୂଚନା ଅନୁସାରେ ବଙ୍ଗୋମୁଣ୍ଡା ଅବକାରୀ ଥାନା ଅଧିକାରୀଙ୍କ ନେତୃତ୍ୱରେ ଟିଟିଲାଗଡ ଓ କଂଟାବାଂଜି ଅବକାରୀ ଥାନା ମିଳିତ ଭାବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସାଲେମୁଡୁଗାର କାର୍ତିକ ସୁନାଙ୍କଠାରୁ ୪ କେଜି ୫୦୦ ଗ୍ରାମ ଗଂଜେଇ ଜବତ କରିଥିଲେ । ବଙ୍ଗୋମୁଣ୍ଡା ଅବକାରୀ କେସ (ନଂ.୭୦/୧୧.୮.୨୦୨୩ ) ରୁଜୁ କରି ଅଧିକ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତର ଜାମିନ ନାଂମଜୁର ହେବାରୁ କଂଟାବାଂଜି ଉପକାରାଗାରକୁ ପଠାଯାଇଥିବା ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି । ଏହି ଚଢଉରେ କଂଟାବାଂଜି ଅବକାରୀ ଥାନା ଅଧିକାରୀ ପ୍ରବୀଣ ସାହୁ, ବଙ୍ଗେମୁଣ୍ଡା ଅବକାରୀ ଥାନା ଅଧିକାରୀ ସୁମିତ କୁମାର ସାହୁ ଓ ଟିଟିଲାଗଡ ଅବକାରୀ ଥାନା ଅଧିକାରୀ ଆଶିଷ କୁମାର ବେହେରା, ଏ.ଏସ୍‌.ଆଇ. ଆର୍ତ୍ତତ୍ରାଣ ବହିଦାରଙ୍କ ସହ କଂଟାବାଂଜି, ବଙ୍ଗୋମୁଣ୍ଡା ଓ ଟିଟିଲାଗଡ ଅବକାରୀ କର୍ମଚାରୀ ଦେବାର୍ଚନ ଭୁଏ, ଲାଲିତା ଭୁଏ, ମମତା ବେହେରାଙ୍କ ସହ ଅନ୍ୟମାନେ ସାମିଲ ଥିଲେ ।

Leave A Reply

Your email address will not be published.