ls

ବ୍ଳକ ସ୍ତରୀୟ ଗଣ୍ଡ ସମାଜ କମିଟି ଗଠନ

sb

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକର ମହରା ପଦର ଗ୍ରାମର ପତର ଫଡି ପାଖରେରେ ଥିବା ଆମ୍ବ ତୋଟା ଠାରେ ବ୍ଳକ ସ୍ତରୀୟ ଗଣ୍ଡ ସମାଜର ଏକ ବୈଠକ ପାଟଣା ଗଡ ମଣ୍ଡଳ ସମ୍ପାଦକ ପୁର୍ଣଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସମାଜର ଓଁ ଶ୍ରୀ ବୁଢ଼ା ଦେଓ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ସଭା ଆରମ୍ଭ ହୋଇଥିଲା । ଏଥିରେ ପାଟଣା ଗଡ ମଣ୍ଡଳ ଗଣ୍ଡ ସମାଜରୁ ଆସିଥିବା କରୁଣା କର ଧରୁଆ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସମାଜ କିପରି ଆଗକୁ ସଦୃଢ଼ ଓ ସଚେତନ, ଶିକ୍ଷା ଓ ସମାଜ ପ୍ରତି ମନ ବଳ ସମସ୍ତଙ୍କର ରହିବ ଏଥିପାଇଁ ନୂତନ ବ୍ଳକ କମିଟିଙ୍କୁ ଧ୍ୟାନ ଦେବାକୁ ସଭାରେ ମତପ୍ରକାଶ କରିଥିଲେ । ଆଜିର ନୂତନ କମିଟିର କର୍ମକର୍ତା ହେଲେ ସଭାପତି ଶ୍ରୀପତି ଧରୁଆ, ଉପ ସଭାପତି ପୁଷ୍ପା ଲତା କୁଅଁର, କୋଷାଧକ୍ଷ ଅକ୍ରୁର କୁଅଁର, ସମ୍ପାଦକ ଟିକେଶ୍ୱର ଧରୁଆ, ଉପଦେଷ୍ଟା ଜନାର୍ଦନ ମଲ୍ଲିକ, ଅଡିଟର ଗୁରୁ ଚରଣ ଧରୁଆ, ସମାଜ ସେବକ ଭଜରାଜ ଧରୁଆ ଓ ମେମ୍ବର ପଦରେ ଥିବା ଘନଶ୍ୟାମ ଭୋଇ, ଘନ ଧରୁଆ, ସାରଙ୍ଗ ଧରୁଆ ଏମାନଙ୍କୁ ନେଇ ନୂତନ କମିଟି କରାଯାଇଛି ।

pc pk
Leave A Reply

Your email address will not be published.