centurian jitm

କୋଚ୍‌ ଶିବ ପ୍ରସାଦ ସ୍ମାରକୀ ଫୁଟବଲ ୨୩ ତାରିଖରୁ : ଭାଗ ନେବେ ୧୦ଟି ଦଳ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ଖଲିଆପାଲି ଜଗନ୍ନାଥ ସ୍ପୋର୍ଟିଂ କ୍ଳବ ଓ ସ୍ପୋର୍ଟ୍ସ ହଷ୍ଟେଲ ବଲାଙ୍ଗିର ପୁରାତନ ଛାତ୍ର ଓ ବର୍ତ୍ତମାନ ଛାତ୍ରଙ୍କ ମିଳିତ ଆନୁକୂଲ୍ୟରେ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଦ୍ୱିତୀୟ କୋଚ୍‌ ଶିବପ୍ରସାଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୩ ତାରିଖ ଗୁରୁବାର ଦିନଠାରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଜରାସିଂହା, ସମଲେଶ୍ୱରୀ, ଖଲିଆପାଲି, ଅମାମୁଣ୍ଡା, ୟୁଥକ୍ଳବ, ସ୍ପୋର୍ଟ୍ସ ହଷ୍ଟେଲ, ଡୁଙ୍ଗୁରିପଡା, କାଲସାଏପାଲି, ନକ୍ଟାସର ଓ ବଲାଙ୍ଗିର ୟୁନାଇଟେଡ ଦଳ ଯୋଗଦେବେ । ଉଦ୍‌ଘାଟନୀ ମ୍ୟାଚ ଜରାସିଂହା ବନାମ ସମଲେଶ୍ୱରୀ ବଲାଙ୍ଗିର ମଧ୍ୟରେ ଅପରାହ୍ନ ୩ ଘଣ୍ଟା ସମୟରେ ଅନୁଷ୍ଠିତ ହେବ । ପ୍ରଥମ ସେମିଫାଇନାଲ ଖେଳ ୨୭ ତାରିଖ ଓ ଦ୍ୱିତୀୟ ସେମିଫାଇନାଲ ଖେଳ ୨୮ ତାରିଖ ଦିନ ହେବ । ଗ୍ରାଣ୍ଡ ଫାଇନାଲ ୨୯ ତାରିଖ ହେବ ବୋଲି ସମ୍ପାଦକ ଅଭିମନ୍ୟୁ ପାଣ୍ଡେ ସୂଚନା ଦେଇଛନ୍ତି । ଆୟୋଜନ କମିଟିରେ ଫୁଟବଲ କୋଚ୍‌ ପରାସର ବାଗ, ସଭାପତି ନାରାୟଣ ବିଶ୍ୱାଲ, ସଭ୍ୟ ସୁକଦେବ ସାହୁ, ସୁର୍ୟ୍ୟମଣି ସୁନା, ଚିତ୍ତର ରଂଜନ ବିଶ୍ୱାଲ, ମନୋରଂଜନ ବିଶ୍ୱାଲ, ତସା ନାଗ, କହ୍ନେଇ ଗଡତ୍ୟା, ନିଲାଞ୍ଚଳ ପ୍ରଧାନ, ରାମଚନ୍ଦ୍ର ବିଶ୍ୱାଲ, ମିଥୁନ ଭୁକ୍ତା, ପ୍ରସାନ୍ତ ପ୍ରଧାନ ପ୍ରମୁଖଙ୍କୁ ପରିଚାଲନା ଦାୟିତ୍ୱ ଦିଆଯାଇଛି । ବହୁ ସଂଖ୍ୟାରେ କ୍ରୀଡାପ୍ରେମୀ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ସଭାପତି ନାରାୟଣ ବିଶ୍ୱାଳ ଅନୁରୋଧ ଜଣାଇଛନ୍ତି ।

Leave A Reply

Your email address will not be published.