ଅସହାୟ ମହିଳାଙ୍କ ଦୋକାନ ପୋଡି ଦେଲେ ଦୁର୍ବୃତ୍ତ : କ୍ଷତି ପୂରଣ ଦେବା ସହ ଦୁର୍ବୃତ୍ତଙ୍କ ଗିରଫ ଦାବି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ ବନ୍ଧୁପଲା ଗ୍ରାମ ଛକ ନିକଟରେ ସନ୍ଧ୍ୟା ପୁଟେଲ ନାମ୍ନୀ ଜଣେ ମହିଳା ଏକ ଛୋଟ ଜଳଖିଆ ଦୋକାନ କରି ଚଳୁଥିବା ବେଳେ ମଙ୍ଗଳବାର କିଛି ଦୁର୍ବୃତ୍ତ ରାତି ପ୍ରାୟ ୧ ଘଣ୍ଟା ସମୟରେ ଉକ୍ତ ଦୋକାନ ପୋଡି ପାଉଁଶ କରିଦେଇଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଏହି ମହିଳାଙ୍କ ସ୍ୱାମୀ କେଉଁ ଆଡେ ଚାଲିଯାଇଥିବା ଓ ତାଙ୍କ ଖୋଜ, ଖବର ମିଳିପାରି ନ ଥିବା ବେଳେ ଏହି ରାସ୍ତା କଡ ଫୁଟଫାତ ଦୋକାନରେ ଜଳଖିଆ ସାମଗ୍ରୀ ଓ ରକ୍ତି ପୁଟା ବିକ୍ରି କରି ନିଜ ଓ ପରିବାରର ପେଟ ପୋଷଣ କରିଥାନ୍ତି । କିଛି ଦୁର୍ବୃତ୍ତ ଅସହାୟ ମହିଳାଙ୍କ ଦୋକାନ ପୋଡି ଜିନିଷପତ୍ର ନଷ୍ଟ କରିଦେଇଛନ୍ତି । ଏବେ ସେ ସର୍ବସ୍ୱାନ୍ତ ହୋଇଯାଇଥିବା ବେଳେ ଟିଟିଲାଗଡ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଏ ନେଇ ଥାନା ଅଧିକାରୀ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କ୍ଷତି ପୂରଣ ଦାବି କରିଛନ୍ତି । ତେବେ ସେ ପ୍ରଶାସନ ପକ୍ଷରୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.