ଝଲିଆଲିଟି ରେଲୱେ ଫାଟକ ଠାରେ ଗୋଟିଏ ରାତିରେ ଦୁଇଟି ଦୂର୍ଘଟଣା

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଝଲିଆଲିଟି ରେଲୱେ ଫାଟକ ଠାରେ ଗୁରୁବାର ରାତିରେ ଦୁଇ ଦୁଇଟି ଦୂର୍ଘଟଣା ଘଟିଛି । ସୂଚନା ଅନୁସାରେ ଗତ ରାତି ୮ ଟା ସମୟରେ ଏକ କାର୍ ଓଡି୨୬ଏ୯୭୦୦ ଲାଠୋର ପଟୁ ଉଦ୍ୟାନବନ୍ଧ ପଟକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ବନ୍ଦ ଥିବା ଗେଟକୁ ଧକ୍କା ଦେଇଥିଲା । ସେହିପରି ରାତି ୪ ଟା ସମୟରେ ଉଦ୍ୟାନବନ୍ଧ ପଟୁ ଲାଠୋର ପଟକୁ ଗୋଖାଦ୍ୟ ବୋଝେଇ ଏକ ଟ୍ରକ ନଂ ସିଜି୦୪ଆର୍୪୪୫୨ ଫାଟକ ନିକଟସ୍ଥ ବୁଲାଣି ଠାରେ ଭାରସାମ୍ୟ ହରାଇ କ୍ଷେତ ଭିତରକୁ ଓଲଟି ପଡିଥିଲା । ଭାଗ୍ୟକୁ ଏହି ସବୁ ଦୂର୍ଘଟଣାରେ କେହି ମୃତାହତ ହୋଇନଥିବ ଜଣାପଡିଛି । ଆହତମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଲାଠୋର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.