oom

ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କୁ ଗାର୍ଡ ଅଫ ଅନର ପ୍ରଦାନ

jsmm

ରାଉରକେଲା, (କେପିଏନ୍‌ଏସ୍‌) : ଡାକ୍ତର ରାହାସ ବିହାରୀ ମହାପାତ୍ରଙ୍କ ପାର୍ଥିବ ଶରୀର ଆଜି ବେଦବ୍ୟାସରେ ପହଂଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ଡାକ୍ତର ମହାପାତ୍ର ଲାଠିକଟା ଡାକ୍ତରଖାନାରେ ଚିକିତ୍ସକ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ କୋଭିଡରେ ଆକ୍ରାନ୍ତ ହୋଇଥିଲେ। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଗତକାଲି ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।


ଆଜି ବେଦବ୍ୟାସ ସ୍ଥିତ ସ୍ୱର୍ଗଦ୍ୱାରରେ ତାଙ୍କର କୋଭିଡ ନିୟମାବଳୀ ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ, ଏଡିଏମ ଶ୍ରୀମତୀ
ଅବୋଲି ସୁନୀଲ ନରୱଣେ, ରାଉରକେଲା ମହାନଗର ନିଗମ କମିଶନର ଶ୍ରୀ ଦିବ୍ୟଜ୍ୟୋତି ପରିଡା, ଉପଜିଲ୍ଲାପାଳ ଶ୍ରୀ ବିଶ୍ୱଜିତ ମହାପାତ୍ର, ମହାନଗର ନିଗମ ଡେପୁଟି କମିଶନର ଶ୍ରୀ ସୁଧାଂଶୁ କୁମାର ଭୋଇ, ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ଅଧିକାରୀ ତଥା ଡାକ୍ତର ଗଣ ସ୍ୱର୍ଗଦ୍ୱାର ନିକଟରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସେହିପରି ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ମାନ୍ୟବର ରାଜଗାଙ୍ଗପୁର ବିଧାୟକ ଡାକ୍ତର ରାଜନ ଏକ୍କା ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତିଗଣ ସେଠାରେ ଉପସ୍ଥିତ ରହି ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଗାର୍ଡ ଅଫ ଅନର ପ୍ରଦାନ ବେଳେ କୋଭିଡ ଯୋଦ୍ଧା ଦିବଂଗତ ଡାକ୍ତର ମହାପାତ୍ରଙ୍କ ପତ୍ନୀ ଏବଂ ଅନ୍ୟ ବନ୍ଧୁବାନ୍ଧବ ତଥା ପରିବାର ବର୍ଗ ଉପସ୍ଥିତ ଥିଲେ। ଜିଲ୍ଲାପାଳ, କମିଶନର ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଶୋକାକୂଳ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ସାନ୍ତ୍ୱନା ପ୍ରଦାନ କରିଥିଲେ।

jittmm
Leave A Reply

Your email address will not be published.