jayashree

ଯୁବ ଗାଳ୍ପିକ ଡିଲେଶ୍ୱର ରଣା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିର ଯୁବ ଗାଳ୍ପିକ ଡିଲେଶ୍ୱର ରଣା ତାଙ୍କ ଗଳ୍ପ ସଙ୍କଳନ ‘ସେଁର୍‌ରା’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହେଇଛନ୍ତି । ବିଶିଷ୍ଟ ଗାଳ୍ପିକ ବିଭୁତି ପଟ୍ଟନାୟକ, ଦାସ ବେନହୁର ଏବଂ ଗୋବିନ୍ଦ୍ର ଚନ୍ଦ୍ର ଚାନ୍ଦଙ୍କୁ ନେଇ ଗଠିତ ଜରୀୁରୀ କମିଟୀ ଏହି ସୁପାରିଶ୍‌ କରିଥିବା ଏକ ପ୍ରେସ୍‌ ଵିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । କଳାହାଣ୍ଡି ଜିଲ୍ଲାର ଧଅଁରାମାଲ ଗାଁର ବ୍ରଜ ରଣା ଏବଂ ବିଦୁସୂତା ରଣାଙ୍କ ପୁଅ ଭାବେ ଜନ୍ମିତ ଡିଲେଶ୍ୱର ସ୍ଵକୀୟ ସାହିତ୍ୟିକ ସୃଷ୍ଟି ପାଇଁ ଜିଲ୍ଲା ତଥା ରାଜ୍ୟ ସ୍ତରରେ ବହୁବାର ସମ୍ମାନିତ ଏବଂ ପୁରସ୍କୃତ ହୋଇଛନ୍ତି । ୨୦୧୭ରେ ବଲାଙ୍ଗିର ନବନୀତା ପଲ୍ଲବନ ଶବ୍ଦ ସମ୍ମାନ, ୟୁଥ୍‌ ଉତ୍କଳ ଯୁବ ସମ୍ମାନ, ଉଦୟରାଗ ଯୁବ ପୁରସ୍କାର, ‘ତପସ୍ୟା’ ସମ୍ଭାବନା ପୁରସ୍କାର ଏବଂ ୨୦୨୧ରେ ପ୍ରଧାନମନ୍ତ୍ରୀ ଯୁବା ମେଣ୍ଟର୍‌ସିପ୍‌ ପ୍ରତିଭା ପାଇଁ ସେ ଯୋଗ୍ୟ ବିବେଚିତ ହୋଇଥିଲେ । ବୃତ୍ତିରେ ଶିକ୍ଷକତା କରୁଥିବା ଡିଲେଶ୍ୱର ସଂପ୍ରତି ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ଜନଜାତି ସାଧନ କେନ୍ଦ୍ର ଓ ସଂଗ୍ରହାଳୟର ଡିଜାଇନର ତଥା ଗାଇଡ୍‌ ଭାବେ ଦାୟିତ୍ଵ ସମ୍ପାଦନ କରୁଛନ୍ତି । ଡିଲେଶ୍ୱରଙ୍କର ଗଳ୍ପ ସଂକଳନ ‘ସେଁର୍‌ରା’ ସମେତ ଐତିହାସିକ ପୃଷ୍ଠଭୂମି ଆଧାରିତ ‘ମେଳିଭୂଇଁ’ ପ୍ରକାଶ ପାଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ଘୋଷଣା ପରେ ଡିଲେଶ୍ୱରଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ବିଶିଷ୍ଟ କବି ଜୟଦ୍ରଥ ସୁନାଙ୍କ ପରେ ଡିଲେଶ୍ୱର କଳାହାଣ୍ଡିର ଦ୍ଵିତୀୟ ସାହିତ୍ୟିକ ଭାବେ ଏହି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

Leave A Reply

Your email address will not be published.