ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଅମ୍ଭାଭୋନା ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର ଓ ଷ୍ଟାଫ୍ ଦାବୀରେ ଆଜି ଭାରତୀୟ ଜନତା ପାର୍ଟିର ଭଟଲି ନିର୍ବାଚନ ମଣ୍ଡଳୀ ପକ୍ଷରୁ ଡାକ୍ତରଖାନା ପରିସରରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଉପାନ୍ତ ଅଞ୍ଚଳରେ ଡାକ୍ତରର ପାରା ମେଡିକାଲ ଷ୍ଟାଫ୍ ଅଭାବରୁ ଲୋକେ ସରକାରୀ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏ ସମ୍ପର୍କରେ ବହୁବାର ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନାହିଁ । ଫଳରେ ଆଜି ଭାଜପା ପକ୍ଷରୁ ମେଡିକାଲ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ସଭା ଆୟୋଜିତ ହୋଇଥିଲା । ପରେ ଏକ ଦାବୀପତ୍ର ଜିଲ୍ଲାପାଳ ଓ ସିଡିଏମଓଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ସଭାରେ ଭାଜପା ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାସିଷ ଆଚାର୍ଯ୍ୟ, ସୁଶାନ୍ତ ମିଶ୍ର, ସୈରୀ ବାରିକ ପ୍ରମୁଖ ବ୍ଲକର ଶତାଧିକ କର୍ମୀ ଉପସ୍ଥିତ ଥିଲେ ।