jayashree

ଆଜିଠାରୁ ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭ

  • ଲୋଇସିଂହା ପେକ୍ସରେ ଧାନ କିଣାର ଶୁଭାରମ୍ଭ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଖରିଫ ୨୦୨୩-୨୪ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟିର ନିଷ୍ପତ୍ତି ଅନୁସାରେ ବଲାଙ୍ଗିର ଜିଲ୍ଲାରେ ଆଜିଠାରୁ ଖରିଫ ଧାନ କିଣା ଆରମ୍ଭ କରାଯାଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ଆଜି ଲୋଇସିଂହା ବ୍ଲକ ଅନ୍ତର୍ଗତ କନ୍ଦାଯୁରୀର ପ୍ରାଥମିକ କୃଷି ସେବା ସମବାୟ ସମିତି ଲିଃରେ ଧାନ କିଣାର ଶୁଭାରମ୍ଭ କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଆଜିଠାରୁ ୧୫୮ ଗୋଟି ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ ) ଓ ୧୭ ଗୋଟି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଜରିଆରେ ଧାନ କ୍ରୟ କରାଯିବ । ଚଳିତ ଖରିଫ ବିପଣନ ବର୍ଷ ସକାଶେ ସାଧାରଣ ଏଫ୍‌ଏକ୍ୟୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୧୮୩ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଗ୍ରେଡ – ଏ ଏଫ୍‌ଏକ୍ୟୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୨୦୩ ଟଙ୍କା ଧାର୍ଯ୍ୟ କରାଯାଇଛି । କନ୍ଦାଯୁରୀରେ ଧାନ କିଣା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଜି.ପ୍ରଭାକର ପାତ୍ର, ସମବାୟ ସମିତି ଉପ-ନିବନ୍ଧକ ଦମୟନ୍ତୀ ସିଂଙ୍କ ସମେତ ସମବାୟ, ନିୟନ୍ତ୍ରିତ ବଜାର କମିଟି, ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ)ର ଅଧିକାରୀ ଓ କର୍ମଚାରୀ ଏବଂ ଚାଷୀମାନେ ଉପସ୍ଥିତ ଥିଲେ । ଚଳିତ ଖରିଫ ବର୍ଷ ପାଇଁ ଜିଲ୍ଲାରେ ୮୯୪୨୩ ଜଣ ଚାଷୀ ପେକ୍ସ ଓ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ମାଧ୍ୟମରେ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକରଣ କରିଛନ୍ତି ।

Leave A Reply

Your email address will not be published.