୨ ବାଇକ ମୁହାଁମୁହଁ ଧକ୍କା : ୧ ମୃତ

ବାଙ୍ଗିରିପୋଷି : ୨ ବାଇକ ମଧ୍ୟରେ ମୁହାଁମୁହଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ । ପୂଜା ଛୁଟିରେ ଘରକୁ ଆସିଥିଲେ । ଦୁର୍ଘଟଣାରେ ଚାଲିଗଲା ଜୀବନ । ବାଙ୍ଗିରିପୋଷି ବଜାର ନିକଟସ୍ଥ କଲିକତା ଛକ ଠାରେ ୨ ବାଇକ ମଧ୍ୟରେ ମୁହାଁମୁହଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକ ଜଣକ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସୋରିଷପାଳ ପଞ୍ଚାୟତ ରଙ୍ଗାମାଟିଆ ଗ୍ରାମର ଛୋଟରାୟ ଲୋହାର ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, ରଙ୍ଗାମାଟିଆ ଗ୍ରାମର ମାହା ଲୋହାରଙ୍କ ପୁଅ ଛୋଟରାୟ ଲୋହାର ଭୁବନେଶ୍ୱରରେ ଚାକିରି କରୁଥିବା ବେଳେ ପୂଜା ଛୁଟିରେ ଘରକୁ ଆସିଥିଲେ । କୌଣସି କାମରେ ତାଙ୍କ ଜଣେ ସାଙ୍ଗ ସୁକୁଲାଲ ସୋରେନଙ୍କ ସହ ବାଙ୍ଗିରିପୋଷି ଆସିଥିଲେ । ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବାଙ୍ଗିରିପୋଷି ବଜାର ନିକଟସ୍ଥ କଲିକତା ଛକ ଠାରେ ଅନ୍ୟ ଏକ ବାଇକ ସହ ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଛୋଟରାୟଙ୍କ ମୃତ୍ୟ ଘଟିଥିଲା ।

Leave A Reply

Your email address will not be published.